27.1 C
Bhubaneswar
Friday, September 20, 2024
Homeଓଡିଶା୨ ଜିଲ୍ଲାରେ ବିଜେଡି କମିଟି ପୁନର୍ଗଠିତ

୨ ଜିଲ୍ଲାରେ ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ବର: ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି । ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଛି ଦଳୀୟ ନିର୍ଦ୍ଦେଶନାମା । ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଗଜପତି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ନିଯୁକ୍ତି ମିଳିଛି । ଏହାଛଡା ୧୩ ଜଣଙ୍କୁ ଉପସଭାପତି, ୧୨ ସାଧାରଣ ସଂପାଦକ ,୧୩ ସଂପାଦକ ଓ ୧୫ଯୁଗ୍ମ ସଂପାଦକଙ୍କୁ ଓ ଜଣେ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ମ୍ୟୁନସିପାଲଟି ସହ କାଶୀନଗର ଏନ୍‌ଏସିଏବଂ ୭ ବ୍ଲକର ନୂଆ ସଭାପତି ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking