35.1 C
Bhubaneswar
Monday, June 17, 2024
Homeଓଡିଶାସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ

ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ

କଟକ: ଆସନ୍ତା ମେ ୨୫ ତାରିଖରେ କଟକ ସଂସଦୀୟ କ୍ଷେତ୍ର ପାଇଁ ପଡିବ ଭୋଟ । ଏଥିପାଇଁ ବିଜେଡି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନ ସମର୍ଥନ ଯୋଗାଡିବା ପାଇଁ ଅଣ୍ଟା ଭିଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସଭାରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ନବୀନ । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କଟକ ଆସିଥିଲେ ନବୀନ ।

ନିଜର ଚିରା ଚରିତ ଢଙ୍ଗରେ ନବୀନ ନିଜର ଭାଷଣ ଆରମ୍ଭ କରିଥିଲେ । ନିଜର ସଫଳତା ଲୋକଙ୍କ ଆଗରେ କହିବା ସହ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ନବୀନ । ସେହିପରି ବିଜେଡି ସରକାର ଆସିଲେ ମାଗଣା ବିଦ୍ୟୁତ ସହ ମଧ୍ୟବିତ୍ତ ଲୋକଙ୍କ ପାଇଁ ଅନେକ ସୁବିଧା କରିବା ଉପରେ ନବୀନ ଗୁରୁତ୍ୱ ଦେଇଥିଲେ ।

ସେହିପରି ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ନବୀନ କହିଛନ୍ତି । ତେବେ ନବୀନଙ୍କ କଟକ ଗସ୍ତ ବିଜେଡି ପାଇଁ ଲାଭଦାୟକ ହେବ ବୋଲି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି । ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆଜି କଟକର ସଚେତନ ଭୋଟର ଏକାଠି ହୋଇଥିଲେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହିବା ବେଳେ ନିଜର ସମର୍ଥନ ଦେଇଛନ୍ତି । ଆଜିର ଜନସମର୍ଥନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଇଛି । ଆଜି ମୋଦିଙ୍କ ରାଲି ତୁଳନାରେ ଡବଲ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଲୋକଙ୍କର ନବାନଙ୍କ ପ୍ରତି ଭଲ ପାଇବା ଅଛି, ଭରସା ବିଶ୍ବାସ ଅଛି । ୨୫ ତାରିଖରେ ତାହା ସ୍ପଷ୍ଟ ଜଣା ପଡିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking