ଯାଜପୁର: : ସୁକିନ୍ଦା ବିଜେଡି ପକ୍ଷରୁ ଦଳର ୨୫ ବର୍ଷ ପୂର୍ତ୍ତି ସମାବେଶ ଆୟୋଜିତ ହୋଇଯାଇଛି । ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ କୁମାର ପଣ୍ଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲl ବେଳ ସଭାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ ସେବା ଆନଂଦ ର ବାର୍ତ୍ତା ଦେଇ ଥିଲେ l ବିଜେଡ଼ି ଦଳ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ଭାବ ରେ କାର୍ଯ୍ୟ କରି ବିଭିନ୍ନ ଜନହିତକର ଯୋଜନା କରି ଥିବାରୁ ଜନ ଭାଜନ ହୋଇ ପାରିଛି l ବିଜେଡ଼ି ଦଳ ର ବିକଳ୍ପ ନାହିଁ l ବିଜୁ ଜନତା ଦଳର ୨୫ବର୍ଷର ଯାତ୍ରା,ସଂଘର୍ଷ ଏବଂ ସଫଳତାର ମୂକସାକ୍ଷୀ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବା କରିବାକୁ ସବୁ ସମୟରେ ପରାମର୍ଶ ଦେଇଛନ୍ତି । ଦଳ ଆଜକୁ ୨୫ ବର୍ଷ ହେଲା ରାଜ୍ୟବାସୀଙ୍କୁ ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ରାଜ୍ୟବାସୀଙ୍କ ହୃଦୟ ଜିତି ଚାଲିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଲାଗି ସୁକିନ୍ଦା ସହ ସାରା ଓଡ଼ିଶାର ବିକାଶ ହୋଇପାରିଛି। ରାଜ୍ୟର ଉନ୍ନତି ପାଇଁ ବିଜେଡିର ପ୍ରତିବଦ୍ଧତା ଏବଂ ଦାୟିତ୍ୱ ରହିଛି ବୋଲି କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ଏବଂ ଜନସଂପର୍କ ଅତୁଟ ରଖିବା ପାଇଁ ବିଜେଡି କର୍ମୀ ମାନେ ସବୁ ସମୟରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସୁକିନ୍ଦା ବିଜେଡ଼ି ପକ୍ଷରୁ କର୍ମୀ ମାନେ ବିଶାଳ ଶୋଭାଯାତ୍ରାରେ ବାଦ୍ୟ ନାଚ ଓ ବିଭିନ୍ନ ନାରା ସହ ଶଙ୍ଖ ଧ୍ୱନି ରେ ଅତିଥି ମାନଙ୍କୁସଭା ସ୍ଥଳ କୁ ପାଛୋଟି ଆଣିଥିଲେ ।