ଭୁବନେଶ୍ୱର : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଗଣତି ସୁଦ୍ଧା ପ୍ରଥମ ରାଉଣ୍ଡରେ ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ମିଳିଛି ୫୪୦୮ ଖଣ୍ଡ ଭୋଟ୍ । ସେ ୮୬୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର ପୋଷ୍ଟାଲ ବାଲାଟ ଗଣତିରେ ଆଗରେ ଅଛନ୍ତି ।