27.1 C
Bhubaneswar
Thursday, June 27, 2024
Homeଓଡିଶାବାଇକ ଲୁଟେରା ଠାବ; ୫ ବାଇକ ଉଦ୍ଧାର ସହ ୭ ଅଭିଯୁକ୍ତ ଗିରଫ

ବାଇକ ଲୁଟେରା ଠାବ; ୫ ବାଇକ ଉଦ୍ଧାର ସହ ୭ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସକୁ ମିଳିଛି ବଡ ସଫଳତା। ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ବାଇକ ଉଦ୍ଧାର କରିଛି ପୋଲିସ। ବାଇକ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଧରିଛି । ତାଙ୍କ ଠାରୁ ୫ ଟି ବାଇକ ଜବତ କରିବା ସହ ୭ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ। ସୂଚନା ଅନୁସାରେ, ଗତ ମାସରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ବାଇକ ଚୋରିର ଅଭିଯୋଗ ହୋଇଥିଲା। ଏହାକୁ ତଦନ୍ତ କରି ଆଜି ଝାରସୁଗୁଡ଼ାରେ ଜଣେ ଲୁଟେରାକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଲୁଟେରାକୁ ପୋଲିସ ପଚରା ଉଚରା କରିବାରୁ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜଣାପଡ଼ିବା ପରେ ପୋଲିସ ଲୁଟେରା ମାନଙ୍କୁ ଆଜି ଧରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking