28.1 C
Bhubaneswar
Thursday, July 4, 2024
Homeଓଡିଶାବାଇକ୍‌କୁ ପିଟିଲା ବସ୍‌: ବାପ ମୃତ, ପୁଅ ଗୁରୁତର

ବାଇକ୍‌କୁ ପିଟିଲା ବସ୍‌: ବାପ ମୃତ, ପୁଅ ଗୁରୁତର

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡ଼ି ସତ୍‌ସଂଗ ବିହାର ନିକଟରେ ଶୁକ୍ରବାର ଏକ ବସ୍ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା । ସକାଳ ୯ଟା ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଭଗବାନଶୁଣୀ ବସ୍ ଯାଉଥିବା ବେଳେ ବିପରୀତ ଦିଗରୁ ଭଦ୍ରକ ଅଭିମୁଖେ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ସଚ୍ଚିନ୍ଦ୍ରନାଥ ମାଝୀ (୭୪) ଓ ତାଙ୍କ ପୁଅ ଜ୍ଞାନେନ୍ଦ୍ର ମାଝୀ (୩୦) ଯାଉଥିଲେ ।

ତିହିଡ଼ି ସତ୍‌ସଂଗ ବିହାର ନିକଟରେ ବସ୍‌ଟି ବାଇକ୍‌କୁ ଧକ୍କା ଦେବାରୁ ବାପ-ପୁଅ ଗୁରୁତର ଆହତ ହୋଇଥିଲେ । ସେଠାରୁ ସେମାନଙ୍କୁ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ବାପ ସଚ୍ଚିନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଥିଲା । ମାତ୍ର ଡାକ୍ତରଖାନା ଯିବା ବାଟରେ ସଚ୍ଚିନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ପୁଅ ଜ୍ଞାନେନ୍ଦ୍ରଙ୍କୁ ମଧ୍ୟ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking