ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚାଲିଥିବା ଆହ୍ଵାନ ମଧ୍ୟରେ ଜି-୨୦ ନେତାମାନେ ଶନିବାର ଜି-୨୦ ଶିଖର ସମ୍ମିଳନୀରେ ମିଳିତ ଘୋଷଣାନାମା ଗ୍ରହଣ କରିଛନ୍ତି। ‘ମୋତେ ଖୁସି ଖବର ମିଳିଛି। ଆମ ଟିମର କଠିନ ପରିଶ୍ରମ ଯୋଗୁଁ ନୂଆଦିଲ୍ଲୀ ଜି-୨୦ ନେତା ସମ୍ମିଳନୀ ଘୋଷଣାନାମା ଉପରେ ସହମତି ସୃଷ୍ଟି ହୋଇଛି। ମୋର ପ୍ରସ୍ତାବ ହେଉଛି ଏହି ନେତୃତ୍ୱ ଘୋଷଣାକୁ ଗ୍ରହଣ କରିବା। ମୁଁ ଏହି ଘୋଷଣାନାମାକୁ ଗ୍ରହଣ କରିବାକୁ ଘୋଷଣା କରୁଛି। ଏହି ଅବସରରେ ମୁଁ ମୋର ସହଯୋଗୀ, ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ଏହା ସମ୍ଭବ କରିପାରିଛନ୍ତି,’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ଅବସରରେ କହିଛନ୍ତି। ମିଳିତ ଘୋଷଣାକୁ ସମ୍ଭବ କରିବା ପାଇଁ କଠିନ ପରିଶ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ନେତା, ମନ୍ତ୍ରୀ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଘୋଷଣା ନାମ ଗ୍ରହଣ ନେଇ ବୈଦେଶିକ ମନ୍ତ୍ରୀ ଜୟାଶଙ୍କର ମଧ୍ୟ ସୂଚନା ଦେଇଛନ୍ତି |