32.1 C
Bhubaneswar
Monday, July 1, 2024
Homeଦେଶ ବିଦେଶଉଦ୍ଧବ ଠାକରେଙ୍କୁ ବଡ଼ ଝଟକା

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ : ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଛି । ନିର୍ବାଚନ କମିସନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାମ ଓ ଚିହ୍ନ ( ଧନୁଶର) ପ୍ରଦାନ କରିଛନ୍ତି । ଏହା ଫଳରେ ଶିବସେନା ଦଳ ଠାକରେ ପରିବାର ହାତରୁ ଖସିଯିବା ନିଶ୍ଚିତ ହୋଇଯାଇଛି । ଗତ ବର୍ଷ ଏକନାଥ ସିନ୍ଦେ ତତକାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଓ ଦଳର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ ।

ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟରେ ଚାଲିଥିବା ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ଏହା ପରେ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଶିବସେନା ନାମ ଓ ଚିହ୍ନକୁ ନେଇ ଦୁଇପକ୍ଷ ନିର୍ବାଚନ କମିସନଙ୍କ ନିକଟକୁ ଯାଇଥିଲେ । ଅନ୍ତରୀଣ ସମୟ ପାଇଁ କମିସନ ଦୁଇ ଶିବିରଙ୍କୁ ଦୁଇଟି ଅସ୍ଥାୟୀ ନାମ ଦେଇଥିଲେ । ସିନ୍ଦେ ଗୋଷ୍ଠୀଙ୍କ ଦଳକୁ ବାଲାସାହେବଚି ଶିବସେନା ଓ ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନାମ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking