ପାକିସ୍ତାନ: ପାକିସ୍ତାନରେ ଇମ୍ରାନଖାନଙ୍କ ସମର୍ଥକଙ୍କ ବିରାଟ ଆନ୍ଦୋଳନ ଜାରି କରିଛନ୍ତି । ଗତବର୍ଷ ହୋଇଥିବା ନିର୍ୱାଚନକୁ ଅନୈତିକ ଉପାୟରେ କରାଯାଇଥିବା ଅଭିଯୋଗ ଆଣି ଦଳ ଏହାର ଏକ ବର୍ଷ ପୂର୍ତ୍ତିକୁ କଳା ଦିନ ରୂପେ ପାଳନ କରୁଛି । ପାକିସ୍ତାନର ଅନେକ ପ୍ରାନ୍ତରେ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥକମାନେ ଦଳୀୟ ପତାକା ଧରି ସରକାର ବିରୋଧୀ ନାରା ଦେଉଥିବା ଦେଖିବାକୁ ମିଳିଛି ।