ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ବ୍ରଜରାଜନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲା ବେଳେ ଗୁଳିମାଡ଼ ହୋଇଛି ବୋଲି ସୂଚନା ମିଳିଛି । ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମନ୍ତ୍ରୀ ନବଦାସଙ୍କୁ ମେଡିକାଲକୁ ନିଆଯାଇଛି । ହେଲେ କ’ଣ ପାଇଁ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇ ନାହିଁ । ହେଲେ ଗୁଳି ବାଜିବା ପରେ ମନ୍ତ୍ରୀଙ୍କୁ ରକ୍ତ ଯୁଡ଼ୁବୁଡ଼ୁ ଅବସ୍ଥାରେ ମେଡିକାଲକୁ ନିଆଯାଇଛି । ହେଲେ କେଉଁ ମେଡିକାଲକୁ ନିଆଯାଇଛି ତାହା ଜଣାପଡ଼ି ନାହିଁ । ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।