30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶପ୍ରଥମ କ୍ୟାବିନେଟରେ ବଡ଼ ଘୋଷଣା : ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ...

ପ୍ରଥମ କ୍ୟାବିନେଟରେ ବଡ଼ ଘୋଷଣା : ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାପରେ ଆଜି ମୋଦୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଏହା ପିଏମ ମୋଦୀଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ । ଏହି ବୈଠକରେ ଦ୍ୱିତୀୟ ବଡ ଘୋଷଣା କଲେ ମୋଦୀ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର । ମୋଦୀ ସରକାରଙ୍କର ପ୍ରଥମ କ୍ୟାବିନେଟରେ ନିଆଗଲା ବଡ ନିଷ୍ପତ୍ତି । ନବନିର୍ବାଚିତ ଏନଡିଏ ସରକାର ସୋମବାର ଏହାର ପ୍ରଥମ କ୍ୟାବିନେଟ ବୈଠକରେ ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି ହେତୁ ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ତିନି କୋଟି ଅତିରିକ୍ତ ଗ୍ରାମୀଣ ତଥା ସହରାଞ୍ଚଳ ପରିବାରକୁ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ପିଏମଏୱାଇ ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ଗୃହ ଯୋଜନା ଅଧୀନରେ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪.୨୧ କୋଟି ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସୂଚନା ଯୋଗ୍ୟ ଯେ,ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଦସ୍ତଖତ କରିଥିଲେ । ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର ‘ପିଏମ୍‌ କିଷାନ ନିଧି ଫଣ୍ଡ୍‌’ ୧୭ତମ କିସ୍ତିରେ ଦସ୍ତଖତ କରିଥିଲେ । ପ୍ରଥମ ଦସ୍ତଖତ ପରେ ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମେ କୃଷକ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏହା କୃଷକ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବନ୍ଧତାକୁ ଦର୍ଶାଉଛି। ଆମ ସରକାର କୃଷକମାନଙ୍କୁ ପାଇଁ ପୂରାପୂରି ଭାବେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମେ କୃଷକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବୁ।’’
ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିଛନ୍ତି ମୋଦୀ । ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking