26.1 C
Bhubaneswar
Tuesday, September 17, 2024
Homeଖେଳବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ : ଇଶାନ କିଷନ ଓ ଶ୍ରେୟସ ଆୟର ବାଦ୍‌

ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ : ଇଶାନ କିଷନ ଓ ଶ୍ରେୟସ ଆୟର ବାଦ୍‌

ନୂଆଦିଲ୍ଲୀ: ବିସିସିଆଇ ୨୦୨୩-୨୪ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଯୁବ ୱିକେଟକିପର ଇଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦିଆଯାଇଛି । ଏହି ଦୁଇ ଖେଳାଳି ନିକଟରେ ଘରୋଇ କ୍ରିକେଟ୍ ଖେଳିବାରୁ ନିଜକୁ ଦୂରେଇ ନେଇଥିଲେ । ଏହାକୁ ବିସିସିଆଇ କ୍ଷୁବଧ ଥିବା କୁହାଯାଉଛି । ଉଭୟ ଇଶାନ ଓ ଶ୍ରେୟସଙ୍କ ଆଭିମୁଖ୍ୟରେ ବୋର୍ଡ ଖୁସି ନୁହେଁ ବୋଲି ଗତ କିଛି ଦିନ ଧରି ଦିନ ଧରି କଳ୍ପନାଜଳ୍ପନା ଚାଲିଥିଲା । ଏଥିସହିତ କେନ୍ଦ୍ରୀୟ ଚୁକ୍ତିରୁ ସେମାନେ ଓହରିଯିବା ମଧ୍ୟ ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଇଶାନ କିଶନ ଦଳରେ ଥିବା ସତ୍ତ୍ୱେ ନିଜ ନାମ ପ୍ରତ୍ୟାହାର କରିଥିବା ବେଳେ ଶ୍ରେୟସ ଆୟର ଏହି ସମୟରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟଖେଳିବା ପରେ ବାଦ୍ ପଡ଼ିଥିଲେ । ରୋହିତ ଶର୍ମା ଓ ବିରାଟ କୋହଲି ଏ ପ୍ଲସ୍ ଗ୍ରେଡରେ ରହିଥିବା ବେଳେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଚୁକ୍ତିରୁ ବାଦ୍ ଦିଆଯାଇଛି । ସେହିପରି କେଏଲ ରାହୁଲ ପୂର୍ବରୁ ବି-ଗ୍ରେଡରେ ଥିବାବେଳେ ଏବେ ଏ ଗ୍ରେଡକୁ ଆସିଛନ୍ତି ।

ଗ୍ରେଡ ତାଲିକା : ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଗ୍ରେଡ୍ ଏ+ ବର୍ଗରେ ଥିବା ବେଳେ ଆର ଅଶ୍ୱିନ, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରେଡ୍ ଏ’ରେ ରହିଛନ୍ତି । ଗ୍ରେଡ୍ ବିରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୟସ୍ୱାଲ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking