17.1 C
Bhubaneswar
Saturday, January 11, 2025
Homeଓଡିଶାବିଡିଓଙ୍କୁ ୩ ବର୍ଷ ଜେଲ ଦଣ୍ଡ; ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୭ ବର୍ଷ ଜେଲ

ବିଡିଓଙ୍କୁ ୩ ବର୍ଷ ଜେଲ ଦଣ୍ଡ; ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୭ ବର୍ଷ ଜେଲ

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଏରସମାର ବିଡିଓ ଥିବା କୈଳାସ ଚନ୍ଦ୍ର ବେହେରାଙ୍କୁ ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ କୋର୍ଟ ତାଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ରେ ଜଣେ ବ୍ୟକ୍ତିଙ୍କ ଲିଜ୍ ଜମିକୁ ପ୍ରତ୍ୟାହାର କରି ନନେବା ତଥା ତାଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୈଳାସ ଚନ୍ଦ୍ର ବେହେରା ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ସେ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । କୋର୍ଟ ସଜା ଶୁଣାଇବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକାର ପୂର୍ବତନ ଆକାଉଣ୍ଟାଣ୍ଟ ଶରତ କୁମାର ଦାଶଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ୪ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫ରେ ଏକ ରାସ୍ତା କାମର ଫାଇନାଲ୍ ବିଲ୍ କରିଦେବା ପାଇଁ ଶରତ କୁମାର ଦାଶ ଜଣେ ଠିକାଦାରଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ସେହିପରି ଅନ୍ୟ ଏକ ମାମଲାରେ ଶରତ କୁମାର ଦାଶଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜେରିମାନା ଅନାଦେୟ ଅଧିକ ୨ ମାସ ଜେଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ତାଙ୍କ ଅବସରକାଳୀନ ପେନସନ୍ ରୋକିବା ଅଗାମୀ ପଦକ୍ଷେପ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking