19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବିଭବଙ୍କ ଜାମିନ୍ ଆବେଦନ ଖାରଜ

ବିଭବଙ୍କ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ:  ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କୁ ଆଜି କୋର୍ଟରୁ ନିରାଶ ହେବାକୁ ପଡିଛି । ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ତାଙ୍କୁ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ବିଭବଙ୍କ ପକ୍ଷରୁ ଜାମିନ୍ ଆବେଦନର ମଧ୍ୟ ଶୁଣାଣି ହେବାର ଥିଲା । ତେବେ ଆଜିର ଶୁଣାଣି ସମୟରେ ସ୍ୱାତୀ ମାଲିୱାଲ୍ କୋର୍ଟରେ ଉପସ୍ଥିତ ରହିବା ଦେଖିବାକୁ ମିଳିଥିଲା । ଏଥିସହ ବିଭବଙ୍କ ଜାମିନ୍ ଆବେଦନକୁ ବିରୋଧ କରିବା ପୂର୍ବକ ସ୍ୱାତୀ କୋର୍ଟରୁମ୍‌ରେ କାନ୍ଦିପକାଇବା ମଧ୍ୟ ଦେଖିବାକୁ ମିଳିଥିଲା । ବିଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କର ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ସ୍ୱାତୀ ବିଚାରପତିଙ୍କ ନିକଟରେ ଯୁକ୍ତି ରଖିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ବିଭବ କୁମାରଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ବିଭବ କୁମାର ଏବେ ନିମ୍ନ ଅଦାଲତ୍‌ଙ୍କ ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି । ପ୍ରକାଶ, ୧୩ ତାରିଖରେ କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କୁ ବିଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାର ୫ ଦିନ ପରେ ଦିଲ୍ଲୀ ପୁଲିସ୍ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ବାସଭବନରୁ ବିଭବ କୁମାରଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking