ନୂଆଦିଲ୍ଲୀ : ବଲିଉଡ୍ ଫିଲ୍ମଗୁଡ଼ିକ ଗତ କିଛି ସମୟରୁ ବକ୍ସ ଅଫିସରେ କ୍ରମାଗତ ଭାବେ ଫ୍ଲପ୍ ହୋଇଆସୁଛି। ଏହି କାରଣରୁ, ନିର୍ମାତାମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେବେ, ଏଥିରେ ବଲିଉଡ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତାମାନଙ୍କ ରୋଜଗାରରେ କୌଣସି ଫରକ ପଡୁନାହିଁ। ବରଂ ସମୟ ସହିତ ସେମାନଙ୍କ ଫି’ ବଢିବାରେ ଲାଗିଛି। ବର୍ତ୍ତମାନ ଟି-ସିରିଜ୍ ମାଲିକ ତଥା ନିର୍ମାତା ଭୂଷଣ କୁମାର ଏହି ଅଭିନେତାଙ୍କ ଫି’ ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ଏକ ଇଣ୍ଟରଭ୍ୟୁରେ ଭୂଷଣ କୁମାର କହିଛନ୍ତି, ‘ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମାର୍କେଟ୍କୁ ବୁଝନ୍ତି ଏବଂ ସେହି ଅନୁସାରେ ସେମାନଙ୍କର ଫି’ ନିଅନ୍ତି। ଏଥି ସହିତ, କିଛି ଅଭିନେତା ଅଛନ୍ତି, ଯେଉଁମାନେ ସେମାନଙ୍କ ଫି’କୁ ନେଇ ଜିଦ୍ ଧରିଥାନ୍ତି। ଯେଉଁଥିପାଇଁ ଅନେକ ନିର୍ମାତା ସେମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ, କାରଣ ବଡ ବଜେଟ୍ ଫିଲ୍ମରେ ନିର୍ମାତାମାନେ ଅନେକ ଥର କ୍ଷତି ସହିଛନ୍ତି। ଭୂଷଣ ଆହୁରି କହିଛନ୍ତି, ‘ତଥାପି ଅନେକ କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କର ଫି’ କମ୍ କରିବାକୁ ମନା କରନ୍ତି। ତେଣୁ ସେମାନଙ୍କୁ ଆମେ କହିବାକୁ ଚାହୁଁ, ଆମେ ସେମାନଙ୍କ ସହିତ କାମ କରିବାକୁ ଚାହୁଁନୁ। ଆମେ କାହିଁକି ଏତେ କ୍ଷତି ସହିବୁ, ଯେତେବେଳେ ସେମାନେ ଏତେ ପରିମାଣର ରୋଜଗାର କରୁଛନ୍ତି।