26.1 C
Bhubaneswar
Tuesday, September 17, 2024
Homeଓଡିଶାଦୀପାବଳିରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲେୟାଁ-୩’

ଦୀପାବଳିରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲେୟାଁ-୩’

ମୁମ୍ବାଇ : ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ୍ତ ‘ଭୁଲ୍‌ ଭୁଲେୟାଁ-୩’ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ବିଦ୍ୟା ବଲାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ । ନିକଟରେ ହସ୍ତଗତ ହୋଇଥିବା ନୂତନ ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ମଧ୍ୟ ଅଭିନୟ କରିପାରନ୍ତି। ତେବେ ତାଙ୍କୁ ଦର୍ଶକ ଏହି ଚଳଚିତ୍ରରେ ଏକ ନୂଆ ରୂପରେ ଦେଖିବାକୁ ପାଇବେ । ସେ ଏହି ଚଳଚିତ୍ରରେ ଏକ ଭୂତୁଣୀ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ମାତା ପ୍ରଥମ ଥର ପାଇଁ ମାଧୁରୀ ଓ ବିଦ୍ୟାଙ୍କୁ ପରଦାରେ ଏକାଠି କରିବାର ଉଦ୍ୟମ କରିଛନ୍ତି। ଏହି ପ୍ରଚେଷ୍ଟା ଦର୍ଶକଙ୍କ ଭିତରେ ଉତ୍ସୁକତା ବୃଦ୍ଧି କରିବ ବୋଲି ଆଶା କରୁଛି ପ୍ର‌ଯୋଜନା ସଂସ୍ଥା । ତେବେ ସିନେମାଟିରେ କାର୍ତ୍ତିକଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଦୁଃଖର କଥା ‘ଭୁଲ୍‌ ଭୁଲେୟାଁ-୩’ ରେ ଖିଲାଡ଼ୀ ବୟ ଅକ୍ଷୟ କୁମାରଙ୍କୁ ଦେଖିବାକୁ ପାଇବେନି ଦର୍ଶକ। ତେବେ ଚଳଚ୍ଚିତ୍ରରେ ମାଧୁରୀ, ବିଦ୍ୟାଙ୍କ ସ‌ହ ରାଜପାଲ୍‌ ଯାଦବ ଓ ସଞ୍ଜୟ ମିଶ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ଫିଲ୍ମଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking