23.1 C
Bhubaneswar
Thursday, January 9, 2025
Homeବ୍ରେକୀଙ୍ଗଦ୍ଵିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ଭୁବନେଶ୍ୱର

ଦ୍ଵିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ଭୁବନେଶ୍ୱର

ଭୁବନେଶ୍ୱର : ଦେଶର ବାସପୋଯୋଗୀ (ଇଜ୍‌ ଅଫ ଲିଭିଙ୍ଗ) ସହର ତାଲିକା ପ୍ରକାଶ ପାଇଛି । ଗୁରୁବାର କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ବର୍ଷ ପାଇଁ ଏହି ତାଲିକା ପ୍ରକାଶ ପାଇଛି । ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବଡ ସହର ମଧ୍ୟରେ ବେଙ୍ଗାଲୁରୁ ଓ କ୍ଷୁଦ୍ର ସହର ମଧ୍ୟରେ ସିମ୍‌ଲା ସବୁଠାରୁ ବାସପୋଯୋଗୀ ସହର ବିବେଚିତ ହୋଇଛି । ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ୪୯ଟି ସହରକୁ ନେଇ କରାଯାଇଥିବା ସର୍ଭେରେ ବେଙ୍ଗାଲୁରୁ ସବୁଠାରୁ ବାସପୋଯୋଗୀ ବିବେଚିତ ହୋଇଛି । ସେହିପରି ୧୦ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ୬୨ଟି ସହରକୁ ନେଇ ହୋଇଥିବା ସର୍ଭେରେ ସିମ୍‌ଲା ସବୁଠାରୁ ବାସପୋଯୋଗୀ ସହର ବିବେଚିତ ହୋଇଛି । ତେବେ ଏହି ବର୍ଗର ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ୱର  ଦ୍ଵିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ବିବେଚିତ ହୋଇଛି । ସେହିପରି ରାଉରକେଲା ସହର ଏହି ତାଲିକାର ୫୬ତମ ସ୍ଥାନରେ ରହିଛି। ସ୍ଥାନୀୟ ପୌର ପ୍ରଶାସନର କାର୍ଯ୍ୟ ଉପରେ ଭୁବନେଶ୍ବରବାସୀ ସନ୍ତୁଷ୍ଟ ଥିବା ସର୍ଭେରୁ ଜଣାଯାଇଛି ।ବଡ ସହରର ବାସପୋଯୋଗୀ ତାଲିକାର ଦ୍ବିତୀୟରେ ପୁଣେ ଓ ତୃତୀୟରେ ଅହମ୍ମଦାବାଦ ରହିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking