34.1 C
Bhubaneswar
Saturday, May 18, 2024
Homeଓଡିଶା*ଟିପିସିଓଡିଏଲ୍ ର ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ଆନ୍ଦୋଳନ*

*ଟିପିସିଓଡିଏଲ୍ ର ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ଆନ୍ଦୋଳନ*

ଭୁବନେଶ୍ୱର -ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଟିପିଶିଓଡିଏଲ ବିରୁଦ୍ଧରେ ଗଣ ଆନ୍ଦୋଳନ ଆଜି ସ୍ଥାନୀୟ ପୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କରଯାଇଥିଲା। କଂଗ୍ରେସ ତରଫରୁ ଜନହିତକର ଦାବିଗୁଡିକୁ ନେଇ ଏହୀ ଗଣ ଆନ୍ଦୋଳନ କରା ଯାଇଥିଲା । କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟର ଦେଢ଼ ବର୍ଷ ଆଦାୟ ନ ହୋଇଥିବା ବିଦ୍ୟୁତ୍ ବିଲ୍ କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର୍ ଜିଲ୍ଲା ର ତିନି ନମ୍ବର ଯୋନ ର ସଭାପତି ବ୍ରହ୍ମାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଏବଂ ଦୁଇ ନମ୍ବର୍ ବ୍ଲକ୍ ର ସଭାପତି ଅଶୋକ ଦାସ ଙ୍କ ନେତୃତ୍ୱରେ ଅଜି ଏ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଯୋଗଦେଇ ତାଙ୍କ ଉଦବୋଧନ ରେ କହିଲେ ଟାଟା କମ୍ପାନୀ ଆଉ ବିଜୁ ଜନତା ଦଳ ର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ମଧ୍ୟ ରେ ମଧୁ ଚନ୍ଦ୍ରିକା ର ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶା ବାସୀଙ୍କୁ ଶୋଷଣ କରୁଛନ୍ତି ।ତାକୁ ଆଉ ବରଦାସ୍ତ କରାଜିବନି। ଟାଟା କମ୍ପାନୀ ବିରୁଦ୍ଧରେ ଗଳି କନ୍ଦିରେ ଆନ୍ଦୋଳନ କରାଯିବ। ଟାଟା କମ୍ପାନୀର ମନୋମୁଖି କାର୍ଯ୍ୟକ୍ରମ ବିରୁଦ୍ଧରେ ସମସ୍ତ କଂଗେସ କର୍ମୀ ଲଢେଇ କରିବେ ଏବଂ ଟାଟା କମ୍ପାନୀ ଯେଉଁ ଭଳି ମନୋମୁଖୀ କର୍ଯ୍ୟ କରିଛନ୍ତି ପୁରୁଣା ମିଟର ଥିବାରୁ ନୂଆ ମିଟର ବସେଇବାର ଆବଶ୍ୟକ ନାହିଁ ତଥାପି ନୂଆ ମିଟର ବସାଉଥିବାରୁ ତାଙ୍କୁ ଦୃଢ଼ ନିନ୍ଦା କରିଛନ୍ତି। ଆଗାମୀଦିନରେ ଲୋକ ମାନେ ବିଚ୍ ରାସ୍ତାରେ ଜବାବ୍ ଦେବେ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ଶିବାନନ୍ଦ ରାୟ। କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ମାନସ ରଂଜନ ଚୌଧୁରୀ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ମନୋରଞ୍ଜନ ଦାଶ ଭୁବନେଶ୍ୱର ବ୍ଲକ୍ କଂଗ୍ରେସ କମିଟି ର ସଭାପତି ଚାରି ନମ୍ବର ବ୍ଲକ୍ କଂଗ୍ରେସ କମିଟି ର ଶ୍ରୀଧର ବଳିଆସିଂ, ଛ ନମ୍ବର୍ ବ୍ଲକ୍ ଜୋନ୍ ର ସଭାପତି ଶ୍ରୀଯୁକ୍ତ ମିହିର୍ ଆଚାର୍ଯ୍ୟ ପ୍ରମୁଖ , କଟକ ଜିଲ୍ଲାର ବାରଙ୍ଗ ସଭାପତି ଶ୍ରୀଯୁକ୍ତ ହାତୀ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ ବିଜୁଜନତା ଦଳ, ନବିନସରକାରଙ୍କ ପ୍ରତୀ କଟୁ ସମାଲୋଚନା କରି ଏତାଦୃଶ କାର୍ଯ୍ୟ ପାଇଁ ତ୍ରିବ୍ର ନିନ୍ଦା କରିବା ସହ ଏହା ୫୦୦ କୋଟିର ଦୁର୍ନୀତି ବୋଲି କହିଥିଲେ।ସର୍ବ ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଟିପିସିଓଡିଏଲ ମୁଖ୍ୟଙ୍କ ଉଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking