ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳେ ଯଶିପୁର ଠାରୁ “ଭାରତ ଯୋଡ଼ –
ଓଡ଼ିଶା”ର ଦ୍ୱାଦଶ ଦିନର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ପରିଚାଳନା କରିଥିଲେ । ଭାରତ
ଯୋଡ଼ ଯାତ୍ରୀମାନେ ଯଶିପୁର ବଜାର ପରିକ୍ରମା କରିବା ପରେ ମଧ୍ୟାହ୍ନରେ ତଟୋଠାରେ ପଂହଚିଥିଲେ । ତଟୋଠାରେ ମଧ୍ୟାହ୍ନ ବିରତିପରେ ସାରା
କରଞ୍ଜିଆ ସହରକୁ ଯାତ୍ରୀମାନେ ପରିକ୍ରମା କରିଥିଲେ । ଏହି ପରିକ୍ରମା ସମୟରେ ମହିଳା ସଂଗଠନ, ବ୍ୟବସାୟୀ, ବେକାର ଯୁବକ ଯୁବତୀ,
ଛାତ୍ରଛାତ୍ରୀ, ମାର୍କେଟ କମିଟି ଏବଂ ସାଧାରଣ ଜନତା ରାସ୍ତାକୁ ଆସି ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ ଏଠିକାର ସମସ୍ୟା ସଂପର୍କରେ ଅବଗତ
କରାଇଥିଲେ । ବରିଷ୍ଠ କଂଗ୍ରେସ ନେତା ରାଜନ ସାହୁ ଏବଂ ଶ୍ରୀ ଭୁବନ ସାହୁ କରଞ୍ଜିଆରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଆଜି ସଂଧ୍ୟାରେ
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଭାରତ ଯୋଡ଼ ଯାତ୍ର- ଓଡ଼ିଶାର ଯାତ୍ରୀଙ୍କୁ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ
ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଆଲୋକ ମିଶ୍ର, ସୁଶ୍ରୀ ସଂଗିତା ସିଂ, ଭେନୁ
ମିଶ୍ର, ଶ୍ରୀ ମୋହନ ପରିଡ଼ା, ଜୟନ୍ତ ସାହୁ, ମନୋରଞ୍ଜନ ରାଉତ ପ୍ରମୁଖ କେନ୍ଦୁଝର ଜିଲ୍ଳାର ସୀମା ତୁରୁମୁଙ୍ଗା ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।
ଆସନ୍ତା କାଲି ସକାଳୁ ଭାରତଯୋଡ଼ ଯାତ୍ରୀମାନେ କେନ୍ଦୁଝର ସହର ପରିକ୍ରମା କରିବେ । ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋର୍ଦ୍ଧିତ କରି କହିଥିଲେ
ଯେ ମୁଖ୍ୟମନ୍ତ୍ରୀ ପୁଞ୍ଜି ଯୋଗାଡ଼ ପାଇଁ ବିଭିନ୍ନ ରାଜ୍ୟ ଏବଂ ବିଭିନ୍ନ ଦେଶକୁ ଯାଉଛନ୍ତି କିନ୍ତୁ ଯେତେସବୁ ପୁଞ୍ଜି ବିନିଯୋଗ ପାଇଁ ଦ୍ୱିପାକ୍ଷିକ ବୁଝାମଣା
ପତ୍ର ସ୍ୱାକ୍ଷରିତ ହୋଇଛି ତାହା କାର୍ଯ୍ୟକ୍ଷମ କାହିଁକି ହେଉନାହିଁ । ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଉଭୟ ଆଦିବାସୀ ବହୁଳ ଜିଲ୍ଲା । ରକ୍ତହିନତା,
ଅପପୃଷ୍ଟି, ଶିଶୁମୃତ୍ୟୁ ହାର, ମାତୃ ମୃତ୍ୟୁହାର ଏ ଜିଲ୍ଲାମାନଙ୍କରେ ବହୁ ମାତ୍ରାରେ ଅଧିକ । ରାଜ୍ୟ ରାଜକୋଷକୁ ଉଭୟ ଜିଲ୍ଲା ହଜାର ହଜାର କୋଟି
ଟଙ୍କା ରାଜସ୍ୱ ଦେଉଛନ୍ତି । କିନ୍ତୁ ପ୍ରତିବଦଳରେ ଏ ଜିଲ୍ଳାର ଜନସାଧାରଣଙ୍କ ପାଇଁ ୨୨ ବର୍ଷରେ ଏକ ସରକାର ଏବଂ କେନ୍ଦ୍ରରେ ୮ ବର୍ଷର ମୋଦି
ସରକାର ତିଳେମାତ୍ର ଦୃଷ୍ଟି ଦେଉନାହାନ୍ତି । ଏ ଅଂଚଳରେ ଯେତେସବୁ ଶିଳ୍ପ ଗଢ଼ିଉଠିଥିଲା କଂଗ୍ରେସ ସରକାର ସମୟରେ ଆଜି ସବୁତକ ବନ୍ଦ
ହୋଇଯାଇଛି । ୨୨ ବର୍ଷ ଭିତରେ ବିଜେଡ଼ି ବିଜେପିର ୯ ବର୍ଷର ଭାଗୁଆଳି ସରକାର ଏ ଅଂଚଳର ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ପାଇଁ
ଗୋଟେବୋଲି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି । ଏହା ହେଉଛି ବିଜେପି, ବିଜେଡ଼ି ଉଭୟ ଦଳର ଏ ଜିଲ୍ଲାର ଜନସାଧାରଙ୍କ ପ୍ରତି ତାଙ୍କର ନିଷ୍ଠା ଓ ଦରଦ ।
ସ୍ୱର୍ଣ୍ଣଗର୍ଭା ମୟୁରଭଞ୍ଜ ଏବଂ କେନ୍ଦୁଝର ଆଜି ଶ୍ରୀହୀନ । ଲକ୍ଷ ଲକ୍ଷ ଆଦିବାସୀମାନେ ପ୍ରତିଦିନ ପ୍ରଦୁଷଣରେ ଘାଂଟି ହେଉଛନ୍ତି । କିନ୍ତୁ ସେମାନଙ୍କ ପାଇଁ
ସ୍ୱଚ୍ଛ ପିଇବାପାଣି ମୁଣ୍ଡକୁ ଛାତଟିଏ ଆଜିପର୍ଯ୍ୟନ୍ତ ଯୋଗାଡ଼ ହୋଇପାରିଲା ନାହିଁ । ଏହାକଣ ନବୀନ ବାବୁ ଏବଂ ନରେନ୍ଦ୍ର ମୋଦିଙ୍କର ଏ ଉଭୟ ଜିଲ୍ଲାକୁ
ଭଲପାଇବାର ନିଦର୍ଶନକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏଅଂଚଳର ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ବହୁକିଛି କୁଟୀରଶିଳ୍ପ ଓ ଛୋଟ ଶିଳ୍ପ କରାଯାଇ
ପାରିଥାନ୍ତା । କିନ୍ତୁ ନବୀନ ସରକାରର ଦୂରଦୃଷ୍ଟି ଅଭାବଯୋଗୁ କେବଳ ଲୋହ ଶିଳ୍ପ ଛଡ଼ା ଏ ରାଜ୍ୟକୁ ଅନ୍ୟକିଛି ଶିଳ୍ପ ହୋଇପାରିଲା ନାହିଁ । ପର୍ଯ୍ୟଟନ
କ୍ଷେତ୍ରରେ ଅପାର ସମ୍ଭାବନା ଥାଇ ମଧ୍ୟ ସରକାରୀ ଉଦାସୀନତ ଯୋଗୁଁ ଆଜି ପର୍ଯ୍ୟଟକମାନେ ଏ ଜିଲ୍ଲାକୁ ବହୁଳ ପରିମାଣରେ ଆସୁନାହାନ୍ତି । ଫଳରେ
ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ଉଭୟ ଏ ଅଂଚଳରେ ଯୁବକ ଯୁବତୀମାନେ ହାତଛଡ଼ା କରୁଛନ୍ତି । ଆଦିବାସୀ ବହୁଳ ଜିଲ୍ଲାର କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ
ହୃଦୟ ବିତାରକ । କେବଳ ଟଙ୍କିକିଆ ଚାଉଳ ଏ ରାଜ୍ୟର ପୁଳାପୁଳା ସମସ୍ୟାର ସମାଧାନ ନୁହେଁ । କୃଷକମାନଙ୍କ ଆୟ ଏହି ଦୁଇ ଜିଲ୍ଲାରେ ରାଜ୍ୟର
ସବୁଠାରୁ ସର୍ବନିମ୍ନ । କଂଗ୍ରେସ ସରକାରକୁ ଫେରିଲେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସମସ୍ୟାକୁ ଆଗ୍ରାଧିକାର ଭିତରେ ସମାଧାନ କରାଯିବ ବୋଲି
ଶ୍ରୀ ପଟ୍ଟନାୟକ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ସୁଶ୍ରୀ ସୁଶିଳା ତିରିଆ, ଗଣେଶ୍ୱର ବେହେରା, ଭୁଜବଳ ମାଝୀ, ବନ୍ଦିତା ପରିଡ଼ା, ମାନସ
ଚୌଧୁରୀ, ଅରବିନ୍ଦ ଦାସ, ଜ୍ଞାନରଞ୍ଜନ ପଟ୍ଟନାୟକ, ସଂଜୟ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ପ୍ରଭାସ
କୁମାର ମହାପାତ୍ର, ଶ୍ୟାମସୁନ୍ଦର ହାଂସଦା, ଶ୍ୟାମ ଚରଣ ହାଂସଦା, ବାଙ୍କନିଧି ବେହେରା,ମନୋଜ ସାହୁ, ମନୋରଞ୍ଜନ ମହାନ୍ତି, ସୁବ୍ରତ ମହାପାତ୍ର,
ଲିଙ୍ଗରାଜ ଚୌଧୁରୀ, ଶୁଭମ ରାଜ, ପ୍ରଭାତ ପ୍ରତାପ ସିଂ,ମନୋଜ ବିଶ୍ୱାଳ, ସୁଶାନ୍ତ ତ୍ରିପାଠୀ, ବିଶ୍ୱଭୂଷଣ ମହାପାତ୍ର, ଦିପ୍ତିରାଣୀ ପ୍ରଧାନ, ଶ୍ରୀୟାସ୍ମିତା
ପଣ୍ଡା, ମୋତି ପ୍ରକାଶ ଦାସ, ସସ୍ମିତା ଘୋଷାଲ, ଆରବ କୁମାର ପଣ୍ଡା, ଇମିତିଆଜ ହୁସେନ,ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ମହମ୍ମଦ ସାହାଦୁଲ୍ଲା, ସାଗର
ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମିଡ଼ିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ
ବିଜ୍ଞପ୍ତିରେ ଜଣାଇଛନ୍ତି ।