26.1 C
Bhubaneswar
Tuesday, September 17, 2024
Homeଓଡିଶାରେଳ ସେବାର ନୂଆଯୂଗର ଅୟମାରମ୍ଭ; ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ମୋଦୀ କରିବେ ଶୁଭାରମ୍ଭ

ରେଳ ସେବାର ନୂଆଯୂଗର ଅୟମାରମ୍ଭ; ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ମୋଦୀ କରିବେ ଶୁଭାରମ୍ଭ

– ଉଭୟ ପୁରୀ-ହାୱଡ଼ାରୁ ଦୁଇଟି ଟ୍ରେନ୍ ସପ୍ତାହକୁ ୬ ଦିନ ନିୟମିତ ଚାଲିବ
– ଚେୟାର ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା,‘ଏକ୍ଜିକ୍ୟୁଟିଭ୍ ଚେୟାର’ ୨୯୦୦ ଟଙ୍କା
– ଭୁବନେଶ୍ୱର ଷ୍ଟେସନରେ ୪ ମିନିଟ୍‌, ଅନ୍ୟ ଷ୍ଟେସନରେ ୨ ମିନିଟ୍ କରି ଅଟକିବ
ଭୁବନେଶ୍ୱର: ଆଜିଠୁ ରେଳ ସେବାର ନୂଆଯୂଗର ଅୟମାରମ୍ଭ । ବହୁ ପ୍ରତୀକ୍ଷିତ ଦେଶର ଅନ୍ୟତମ ଦ୍ରୁତତମ ହାୱଡ଼ା-ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ଜରିଆରେ ଶୁଭାରମ୍ଭ କରିବେ । ପୁରୀ ଷ୍ଟେସନରୁ ଉଦ୍‌ଘାଟିତ ହେବା ପରେ ଟ୍ରେନଟି ହାୱଡ଼ା ଅଭିମୁଖେ ବାହାରିବ । ଏଥିପାଇଁ ‘ମୋବାଇଲ ଆପ୍‌’ ଏବଂ ‘ସ୍ୱତନ୍ତ୍ର ୱେବ୍‌ସାଇଟ୍‌’ ବ୍ୟବସ୍ଥା ମାଧ୍ୟମରେ ଟିକେଟ୍ ଉପଲବ୍ଧ ହୋଇଛି । ଚେୟାର ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ରହିଥିବାବେଳେ ‘ଏକ୍ଜିକ୍ୟୁଟିଭ୍ ଚେୟାର’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ଧାର୍ଯ୍ୟ ହୋଇଛି । ଉଭୟ ପୁରୀ ଓ ହାୱଡ଼ାରୁ ଦୁଇଟି ଟ୍ରେନ୍ ସପ୍ତାହକୁ ୬ ଦିନ ନିୟମିତ ଚାଲିବ ।

ଷୋହଳ କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍ ଦକ୍ଷିଣପୂର୍ବ ଡିଭିଜନ୍ ଅଧୀନରେ ଚଳାଚଳ କରିବ । ଉଦ୍‌ଘାଟନ ନେଇ ଭାରତୀୟ ରେଳବାଇ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍ , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଅତିଥିଭାବେ ଯୋଗଦେବେ । ଏକାଥରେ ପୁରୀ, ଭୁବନେଶ୍ୱର ଓ କଟକରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ବନ୍ଦେ ଭାରତ ଟ୍ରେନ ନିୟମିତ ଭାବେ ଚାଲିବ । ଉଭୟ ଅପ୍ ଓ ଡାଉନ୍ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନରେ ୪ ମିନିଟ୍ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ୍ ଲେଖାଏଁ ଅଟକିବ । ସେ ପୁଣି କହିଛନ୍ତି ଯେ, ୨୨୮୯୫ ନମ୍ବର ବିଶିଷ୍ଟ ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ । ମୋଟ୍ ୫୦୨ କିଲୋମିଟର ପଥ ଅତିକ୍ରମ କରିବ ।

ରାସ୍ତାରେ ଖଡ଼ଗପୁରରେ ସକାଳ ୭ଟା୪୦, ବାଲେଶ୍ୱରରେ ୯ଟା୦୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡ୍‌ରେ ପୂର୍ବାହ୍ନ ୧୦ଟା ୦୭, କଟକରେ ୧୦ଟା ୫୦, ଭୁବନେଶ୍ୱରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡ୍‌ରେ ୧୧ଟା ୪୨ ମିନିଟ୍‌ରେ ପହଞ୍ଚିବ । ସେହିପରି ୨୨୮୯୬ ନମ୍ବର ବିଶିଷ୍ଟ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ଟି ପୁରୀରୁ ଅପରାହ୍ନ୧ଟା ୫୦ରେ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧାରୋଡ୍‌ରେ ୨ଟା୨୩ ପହଞ୍ଚିବ । ସେଠାରୁ ଭୁବନେଶ୍ୱରରେ ୨ଟା ୪୫, ଯାଜପୁର-କେନ୍ଦୁଝରରୋଡ୍‌ରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ୱରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ । ଏଥିପାଇଁ ଯାତ୍ରୀମାନେ ଖୁସି ଜାହୀର କରିବା ସହ ଅଧିକ ଉତ୍ସୁକ ହୋଇ ଉଠିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking