29.1 C
Bhubaneswar
Sunday, May 10, 2026
Homeଓଡିଶାଭକ୍ତଦାସ ଭବିଷ୍ୟତ ମୁଖ୍ୟମନ୍ତ୍ରୀ

ଭକ୍ତଦାସ ଭବିଷ୍ୟତ ମୁଖ୍ୟମନ୍ତ୍ରୀ

ନୂଆପଡ଼ା / ଭୁବନେଶ୍ୱର: ନୂଆପଡା ଖୁଣ୍ଟିଆ ଭବନଠାରେ ଉପନିର୍ବାଚନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ (ସୁର ଭାଇ) ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।
ଗଣମାଧ୍ୟମକୁ ସମ୍ବୋଧିତ କରି ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତରାୟ କହିଲେ , କଳାହାଣ୍ଡି ନୂଆପଡା ମାଟି ରତ୍ନଗର୍ଭା । ଏଠାକାର ବାସମତୀ ଚାଉଳ ପୃଥିବୀ ବିଖ୍ୟାତ । ବିଭିନ୍ନ ଦେଶକୁ ଏହା ରପ୍ତାନି କରା ଯାଉଛି । ସମସ୍ତ ପ୍ରାକୃତିକ ବୈଭବରେ ପରିପୂର୍ଣ ହେବା ସତ୍ୱେ ଏହା ଓଡ଼ିଶାର ଅନ୍ୟତମ ପଛୁଆ ଜିଲ୍ଲାରେ ପରିଗଣିତ ହେଉଛି । ଯାହା କିଛି ଉନ୍ନତି ହୋଇଥିଲା ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ ଅମଳରେ ହୋଇଥିଲା । ଆମେ ଡ୍ୟାମ ତିଆରି କରି ଯେତିକି ଜଳସେଚନ ବ୍ୟବସ୍ଥା କରିଥିଲୁ ତାହା ଆଉ ଆଗକୁ ବୃଦ୍ଧି ପାଇନି । ମୁଁ ଜଣେ ଚାଷୀ ପରିବାରଙ୍କୁ ଭେଟିଥିଲି କହିଲେ ମୋର ୩୦ ଏକର ଜମି ଅଛି କିନ୍ତୁ ଦୁଃଖର ବିଷୟ ମୋ ଦୁଇ ପୁଅ ଦାଦନ ଖଟୁଛନ୍ତି । ଠିକଣା ସମୟରେ ବିହନ, ସାର, କୀଟନାଶକ କିଛି ମିଳୁନାହିଁ । ସରକାର ଘୋର ଅବହେଳା କୃଷକ ପ୍ରତି କରୁଛନ୍ତି । ଉଚ୍ଚ ଶିକ୍ଷା ପାଇଁ କୌଣସି ଟେକ୍ନିକାଲ କଲେଜ ନାହିଁ । ପିଲା ଉଚ୍ଚ ଶିକ୍ଷରୁ ବଞ୍ଚିତ ହୋଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି ।

ବିଜେପି ଆସି ନିର୍ବାଚନ ଘୋଷଣାର ଠିକ କିଛି ଘଣ୍ଟା ପୂର୍ବରୁ ପ୍ରଚାର କଲା ନୂଆପଡାରେ ମେଡିକାଲ କଲେଜ ହେବ। କିନ୍ତୁ ମେଡିକାଲ କଲେଜ ଘୋଷଣା ଡ୍ର ରେ ରଖାଯାଇଛି । ଜିତିଲେ କରିବେ ନଚେତ ନାହିଁ । ନିର୍ବାଚନ ଠିକ ପୂର୍ବରୁ ମୁଖ୍ୟମନ୍ତ୍ରୀ ୧୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କର୍ତ୍ତବ୍ୟ ନିର୍ବାଚନ ପକ୍ଷପାତବିହୀନ କରାଇବା କିନ୍ତୁ ଅଧିକାରୀ ତାହା ପାଳନ କରୁ ନାହାନ୍ତି । ବିଜେପିର ଘର ଗୁଜରାଟରେ । ତୁମ ବାପାଙ୍କୁ ଯିଏ ଟିକଟ ଦେଲା, ମନ୍ତ୍ରୀ କଲା, ସେଇ ଦଳ ତ୍ୟାଗକରି ତୁମେ ବିଜେପି ପାଖରେ ବିକ୍ରୀ ହୋଇଗଲ ଓ ସେଇ ବିଜେଡି ଦଳ ବିରୁଦ୍ଧରେ ପ୍ରେସ ମିଟ କରି ବଦନାମ କରୁଛ କାହିଁକି ବୋଲି ଶ୍ରୀ ରାଉତରାୟ ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ ପଚାରିଥିଲେ । ଯେଉଁ ଭୋଟ ଚୋରୀ କଥାର ରାହୁଳ ଗାନ୍ଧୀ ପର୍ଦାଫାଶ କରି ସାରା ଦେଶକୁ ଅବଗତ କଲେ ନବୀନ ବାବୁ ଆଜି ବୁଝୁଛନ୍ତି । ସବୁ କାର୍ଯ୍ୟରେ ତାଙ୍କୁ ଅନ୍ଧ ସମର୍ଥନ କରୁଥିଲ କିନ୍ତୁ ଆଜି ତଣ୍ଟିଆ ମାଡ଼ ହେବାରୁ ଭୋଟ ଚୋରୀ ପ୍ରସଙ୍ଗ କହୁଛ । ବିଜେପି ଭୋଟ ଚୋରୀ କରିବା ସାଥିରେ ବର୍ତ୍ତମାନ ପ୍ରାର୍ଥୀ ମଧ୍ୟ ଚୋରୀ କରୁଛି । ନୂଆପଡାରେ ପ୍ରକୃତ ବିକାଶ ଦରକାର, ସୁଭଦ୍ରା ଯୋଜନା କରି ଦିନକୁ ୩୦ ଟଙ୍କା ଦେଇ ମହିଳାଙ୍କ ଉନ୍ନତି କରିବା ଗାଲୁଆମୀ ଛାଡି । ଯୁବକ ଯୁବତୀଙ୍କୁ ରୋଜଗାର, କୃଷକଙ୍କୁ ଜଳସେଚନ ବ୍ୟବସ୍ଥା, ମହିଳାଙ୍କୁ ସ୍ୱରୋଜଗାର, ଛାତ୍ର ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ, ଆଦିବାସୀଙ୍କୁ ଅଧିକାର ଲୋଡ଼ା । ନୂଆପଡାର ଉନ୍ନତି କେବଳ ଜଣେ ଲଢୁଆ ଓ ମାଟି ପାଇଁ ଦରଦ ଥିବା ପ୍ରାର୍ଥୀ କରି ପାରିବ । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଜଣେ ସଂଗ୍ରାମୀ, ଭଲ ଆଇନଜୀବୀ, ଆଦିବାସୀଙ୍କ ନେତା ତେଣୁ ତାଙ୍କୁ ବିଜୟୀ କଲେ ନୂଆପଡାର ବିକାଶ ପାଇଁ ସେ ଲଢେଇ କରିବେ ।

ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ଏସଟି ସେଲ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରି,ଏସସି ସେଲ ଅଧ୍ୟକ୍ଷ ମାନସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking