26.1 C
Bhubaneswar
Tuesday, September 17, 2024
Homeଓଡିଶା+୯୨ ନମ୍ବରୁ କଲ୍ ଆସିଲେ ସାବଧାନ

+୯୨ ନମ୍ବରୁ କଲ୍ ଆସିଲେ ସାବଧାନ

ଭୁବନେଶ୍ୱର : ଠକେଇରୁ ବର୍ତ୍ତିବାକୁ ସତର୍କ କରାଇଲା ଓଡିଶା ପୋଲିସ । ପାକିସ୍ତାନ ନମ୍ବର ହ୍ୱାଟ୍ସଆପ୍ କଲ୍ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଲେ ଓଡିଶା ପୋଲିସ । +୯୨ ନମ୍ବରରୁ କଲ୍ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ୍ କଲେ ।

ସାଇବର ଠକମାନେ ଏହି ନୂତନ କୌଶଳ ଆପଣେଇ ନିଜକୁ ପୋଲିସ୍ ଅଧିକାରୀ ଭାବରେ ପରିଚିତ କରି ମୋବାଇଲ ବ୍ୟବହାରୀଙ୍କ ନିକଟ ସମ୍ପର୍କୀୟଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣି ସାଧାରଣ ଲୋକଙ୍କୁ ପ୍ରତାରଣା କରୁଛନ୍ତି। ତେଣୁ ଓଡ଼ିଶା ପୋଲିସ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ଏବଂ ଏପରି କଲ୍ ଗ୍ରହଣ ନ କରିବା ସହିତ କୌଣସି ସୂଚନା ସେୟାର ନକରିବାକୁ କହିଛି।

ଏହାପୂର୍ବରୁ ଟେଲି ଯୋଗାଯୋଗ ବିଭାଗ, ଯୋଗାଯୋଗ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରି ମୋବାଇଲ୍ ବ୍ୟବହାରକାରୀଙ୍କୁହ୍ବାଟସ୍ ଆପ୍‌ରେ +୯୨ରୁ ଆରମ୍ଭ ହେଉଥିବା ବିଦେଶୀ ନମ୍ବରରୁ କଲ ନେଇ ସତର୍କ ରହିବାକୁ କହିଥିଲେ।ଯୋଗାଯୋଗ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏହି ସୂଚନାରେ ମୋବାଇଲ ବ୍ୟବହାରକାରୀମାନେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କହି ଠକମାନେ ମୋବାଇଲ୍ ନମ୍ବର ବିଚ୍ଛିନ୍ନ କରିବାକୁ ଧମକ ଦେଉଥିବା ଘଟଣା ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking