17.1 C
Bhubaneswar
Friday, January 3, 2025
Homeଓଡିଶାଯୌତୁକ ନିର୍ଯାତନା : ୨୦ ବର୍ଷ ପରେ ମିଳିଲା ନ୍ୟାୟ

ଯୌତୁକ ନିର୍ଯାତନା : ୨୦ ବର୍ଷ ପରେ ମିଳିଲା ନ୍ୟାୟ

ବେତନଟୀ : ବେତନଟୀ ଥାନା ଅଧୀନ ଛଚିନାପନାର ବନବାସୀ ବେହେରା ଦୀର୍ଘ ୨୦ବର୍ଷ ପରେ ନ୍ୟାୟ ପାଇଛନ୍ତି । ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ୨୦୦୧ ମସିହାରେ ସେ ଆଗତ କରିଥିବା ମାମଲାର ରାୟ ପ୍ରକାଶ ପାଇଛି । ସୋମବାର ବେତନଟୀ କୋର୍ଟର ମାନ୍ୟବର ଜେଏମ୍‌ଏଫ୍‌ସି ସୁଧୀରଞ୍ଜନ ଦାଶ, ବନବାସୀଙ୍କ ଯୌତୁକ ନିର୍ଯାତନା ମାମଲାର ବିଚାରକରି ଅଭିଯୁକ୍ତ ସ୍ୱାମୀଙ୍କୁ ୬ମାସ ଜେଲ ଦଣ୍ଡାଦେଶ ସହିତ ୫ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ସ୍ୱାମୀଙ୍କୁ ଅତିରିକ୍ତ ୫ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଦର୍ଶାଯାଇଛି ।

ସ୍ୱାମୀ ଛଚିନାପଦାର ସ୍ୱର୍ଗତଃ ମଥୁରି ବେହେରାଙ୍କ ପୁଅ ଅଜିତ ବେହେରା(୫୦)ଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୪୯୮(କ) ଓ ଅନୁଚ୍ଛେଦ ୪ ଯୌତୁକ ନିରୋଧକ ଆଇନ ମୂଳେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି । ଛଚିନାପଦାର ଅଜିତ ବେହେରା ବନବାସୀଙ୍କୁ ବିବାହ କରିଥିଲେ । ବିବାହ ବେଳେ ବନବାସୀଙ୍କ ପିତା ବର ପକ୍ଷର ଦାବି ମୁତାବକ ୧୫୦୦ଟଙ୍କା ଓ ଅନ୍ୟାନ୍ୟ ଯାନିଯୌତୁକ ଦେଇଥିଲେ । ଅଧିକ ୩ହଜାର ଟଙ୍କା ଯୌତୁକ ଦାବିରେ ଅଜିତ ତାଙ୍କର ପତ୍ନୀ ବନବାସୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ବନବାସୀ ୨୪ ଜାନୁଆରୀ ୨୦୦୧ ମସିହାରେ ବେତନଟୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ପରେ ମାମଲାଟି ବାରିପଦା ଏସ୍‌ଡିଜେଏମ୍ କୋର୍ଟରେ ବିଚାରାଧୀନ ଥିଲା । ୨୦୧୩ ମସିହାରେ ମାମଲାଟି ବେତନଟୀ କୋର୍ଟକୁ ସ୍ଥାନାନ୍ତର ହେବା ପରେ ଏଠାରେ ବିଚାର ଚାଲିଥିଲା । ସରକାରଙ୍କ ତରଫରୁ ଏପିପି ନିହାରରଞ୍ଜନ ଜେନା ମାମଲା ପରିଚାଳନା କରୁଥିଲେ । ଅଭିଯୁକ୍ତଙ୍କ ତରଫରୁ ଆଡଭୋକେଟ ଦେବବ୍ରତ ପରିଡା, ଆଡଭୋକେଟ ରଣଜିତ ଗନ୍ତାୟତ ପ୍ରମୁଖ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking