26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବର୍ବର କାଣ୍ଡ; ଛାତ୍ରଙ୍କ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରିଦେଲେ

ବର୍ବର କାଣ୍ଡ; ଛାତ୍ରଙ୍କ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରିଦେଲେ

ନୂଆଦିଲ୍ଲୀ: ଶିକ୍ଷାର ମନ୍ଦିରରେ ବର୍ବର କାଣ୍ଡ । କ୍ଲାସ ରୁମରେ ଡେକ୍ସ ବାଡେଇବାରୁ ଛାତ୍ରଙ୍କୁ ଆକ୍ରମଣ । ମାଡ ମାରିବା ସହ ନାବାଳକଙ୍କ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରି ଦେଲେ ନାବାଳକ ଛାତ୍ର । ଏଭଳି ଅମାନୁଷିକ ଘଟଣା ଘଟିଛି ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ନାବାଳକ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି । ପୀଡିତ ଛାତ୍ରଙ୍କ ବୟସ ୧୪ ବର୍ଷ । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଗତ ମାର୍ଚ୍ଚ ୧୮ ତାରିଖରେ ଏହି ଘଟଣା ଘଟିଥିଲା । ପୀଡିତ ଛାତ୍ର ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ହିନ୍ଦୀ ପରୀକ୍ଷା ମାର୍ଚ୍ଚ ୧୩ରେ ହୋଇଥିଲା । ସେହିଦିନ ମଧ୍ୟାହ୍ନ ଭୋଜନ ସରିବା ପରେ ସେ କ୍ଲାସରୁମରେ ଖେଳୁ ଖେଳୁ ଡେସ୍କ ବାଡେଇ ଦେଇଥିଲେ ।

ଏହି କାରଣରୁ, ତାଙ୍କ ଶ୍ରେଣୀରେ ପଢୁଥିବା ଅନ୍ୟ ଜଣେ ଛାତ୍ର କ୍ରୋଧିତ ହୋଇ ତାଙ୍କ ସହ ଝଗଡା କରିଥିଲେ । ଏହାପରେ ନାବାଳକ ଛାତ୍ରଙ୍କ ସହ ତାଙ୍କର କିଛି ସାଙ୍ଗ ପୀଡିତଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ଯାଇ ସ୍କୁଲ ଶିକ୍ଷକଙ୍କ ପାଖରେ ପହଞ୍ଚିଥିଲା । ଅଭିଯୋଗ ଶୁଣିବା ପରେ ଛାତ୍ର ମାନଙ୍କୁ ଶିକ୍ଷକ ବୁଝାଇ ଦେଇଥିଲେ । କିନ୍ତୁ ଆକ୍ରମଣ କରିଥିବା ଛାତ୍ରର ମନରେ କ୍ରୋଧ ରହିଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା।

ମାର୍ଚ୍ଚ ୧୮ ତାରିଖ ଦିନ ସ୍କୁଲରେ ସଂସ୍କୃତ ପରୀକ୍ଷା ଥାଏ । ଏହା ପୂର୍ବରୁ ଅଭିଯୁକ୍ତ ଛାତ୍ର ପୀଡିତ ଜଣଙ୍କୁ ଅନ୍ୟ ଏକ ସ୍ଥାନକୁ ଡାକିଥିଲେ । ପରେ ସେ ଆଉ କିଛି ଛାତ୍ର ତାଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ଗୁପ୍ତାଙ୍ଗରେ ବାଡି ଭର୍ତ୍ତି କରିଦେଇଥିଲେ । ଏଥି ସହ ଘଟଣା ବିଷୟରେ କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ମାର୍ଚ୍ଚ ୨୯ ତାରିଖରେ ପୀଡିତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ତାଙ୍କ ପରିବାର ଲୋକେ ଆକ୍ରମଣକାରୀ ଛାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପଚରାଉଚରା କରାଯାଉଛି । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ନିର୍ଭୟା ପରି ଘଟଣା ତାଙ୍କ ପିଲା ସହ ଘଟିଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆମ ପୁଅକୁ ହତ୍ୟା ଉଦ୍ୟମ ହୋଇଛି । ଏହି ଘଟଣାରେ ଶିକ୍ଷକଙ୍କ ଭୂମିକାକୁ ମଧ୍ୟ ଅନୁସନ୍ଧାନ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking