26.1 C
Bhubaneswar
Tuesday, October 22, 2024
Homeଓଡିଶାଭାଲୁ ଉପରେ ମାଡ଼ିଗଲା ଗାଡି: ଭାଲୁ ମୃତ

ଭାଲୁ ଉପରେ ମାଡ଼ିଗଲା ଗାଡି: ଭାଲୁ ମୃତ

ଭୁବନେଶ୍ୱର: ଭୁବନ ଥାନା ନିକଟ ଜାତୀୟ ରାଜପଥ ୫୩ରେ ଏକ ଭାଲୁର ମୃତଦେହ ଉଦ୍ଧାର ହୋଇଛି । ଭାଲୁଟି ଖାଦ୍ୟ ଅନେଶ୍ବଣରେ ଭାରତୀ ପାହାଡରୁ ଜାତୀୟ ରାଜପଥ ୫୩ ପାର ହୋଇ ବ୍ରାହ୍ମଣୀ ନଦୀ ପଠାରେ ଥିବା ଆଖୁ କିଆରୀକୁ ଯାଉଥିବା ଅନୁମାନ କରାଯାଉଛି । ତେବେ ରାଜପଥ ପାର ହେବା ସମୟରେ ଏକ ଅଜଣା ଗାଡି ଧକା ଦେଇ ଚାଲିଯାଇଥିଲା ।

ଖବର ପାଇ ଭୁବନ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଉଦ୍ଧାର କରି କଞ୍ଚନବାହାଳୀ ନର୍ସରୀରେ ରଖିଥିଲେ । ପରେ ଢେଙ୍କାନାଳରୁ ଜଣେ ଡାକ୍ତରଙ୍କୁ ଡାକି ଭାଲୁଟିର ପୋଷ୍ଟ ମର୍ଟମ କରାଇ କଞ୍ଚନବାହାଳୀ ସଂରକ୍ଷିତ ଜଙ୍ଗଲରେ ପୋତିଥିବା ଜଣାପଡିଛି । ଗତ କିଛିଦିନ ହେବ ଏଠାରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଭାଲୁ ଗାଁ ମୁହାଁ ହୋଇଥିଲା । ସକାଳୁ ସକାଳୁ ଭାଲୁଟି ଖାଦ୍ୟ ଖୋଜି ଖୋଜି ରାଜପଥ ପାର୍ ହୋଇ ଜଙ୍ଗଲକୁ ଯାଉଥିଲେ । ଏହି ସମୟରେ ଧକ୍କା ଦେଇଥିଲା ଗାଡି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking