27.1 C
Bhubaneswar
Tuesday, September 17, 2024
Homeଓଡିଶାଭାଲୁ ଆକ୍ରମଣରେ ବୃଦ୍ଧା ମୃତ

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

ଭୁବନେଶ୍ୱର: ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରୁ ଫେରି ବାଟରେ ଛତୁ ତୋଳୁଥିଲେ । ଏହି ସମୟରେ ଭାଲୁ ହାବୁଡରେ ପଡିଥିଲେ।

ଭାଲୁ ସୁମୀଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ଧରି ସୁମୀ ନଫେରିବାରୁ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲେ । ପରେ ତାଙ୍କ ମୃତଦେହ ଜଙ୍ଗଲ ନିକଟ ରାସ୍ତାରୁ ଉଦ୍ଧାର ହୋଇଥିଲା ।

ପରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ ପଠାଇଛି । ସପ୍ତାହେ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆକ୍ରମଣରେ ଦୁଇଟି ଜୀବନ ଗଲାଣି । ଗତ ୧୩ ତାରିଖରେ ନିକଟସ୍ଥ ସାନପୁରୁଣାପାଣି ଗାଁର ଚାଷୀ ଘନଶ୍ୟାମ ହେମ୍ବ୍ରମ ଭାଲୁ ଆକ୍ରମଣରେ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking