30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ଏଭଳି ସମସ୍ୟା

ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ହୋଇପାରେ ଏଭଳି ସମସ୍ୟା

ନୂଆଦିଲ୍ଲୀ: ଚିନି ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ବିଶେଷ କରି ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ଲୋକଙ୍କ ପ୍ରତି ଏହାର ବିପଦ ଅଧିକ ଥାଏ । ଏଥିପାଇଁ ବିଭିନ୍ନ ପ୍ରକାର ‘ସୁଗାର୍ ଫ୍ରି’ ଖାଦ୍ୟ ତିଆରି କରାଯାଇଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଏହାର ସମର୍ଥକମାନେ ଦାବି କରନ୍ତି । ନିକଟରେ ଏକ ଅଧ୍ୟୟନ ଏସବୁ ଦାବିକୁ ଭୁଲ୍ ପ୍ରମାଣିତ କରିଛି ।

ଏହି କୃତ୍ରିମ ମିଠାର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇପାରେ । କ୍ଲେଭଲାଣ୍ଡ୍ କ୍ଲିନିକ୍ ଅନୁସନ୍ଧାନକାରୀମାନେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଆମେରିକା ଏବଂ ୟୁରୋପର ୪,୦୦୦ ଲୋକଙ୍କୁ ନେଇ କରାଯାଇଥିଲା ଏହି ଅଧ୍ୟୟନ । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କିଛି ଲୋକ ପୂର୍ବରୁ ହୃଦ୍ରୋଗର ଅଧିକ ବିପଦ ସହ ଜଡିତ ଥିଲେ । ଅଧ୍ୟୟନକାରୀମାନେ ରକ୍ତ କିମ୍ବା ପ୍ଲେଟ୍ଲେଟ୍ରେ ‘ଏରିଥ୍ରିଟଲ୍’ ଲିଙ୍କ୍ ଅଛି କି ନାହିଁ ସେ ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ । ଫଳାଫଳରୁ ଜଣାପଡିଲା ଯେ, ‘ଏରିଥ୍ରିଟଲ୍’ ରକ୍ତ ଜମାଟ ବାନ୍ଧିବା, ହୃଦଘାତ ଏବଂ ଷ୍ଟ୍ରୋକ୍ ବିପଦ ସହ ଜଡିତ ।

ଏରିଥ୍ରିଟଲ୍ ସହଜରେ ପ୍ଲେଟ୍ଲେଟକୁ ଜମାଟ ବାନ୍ଧିବାରେ ସହାୟକ ହେଉଛି । ଏହି ଜମାଟ ବାନ୍ଧୁଥିବା ପ୍ଲେଟଲେଟ ଖଣ୍ଡ ପରେ ଭାଙ୍ଗି ହୃତ୍ପିଣ୍ଡ କିମ୍ବା ମସ୍ତିଷ୍କକୁ ଯାଇ ହୃଦଘାତ ଓ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ବୃଦ୍ଧି କରିପାରେ । କ୍ଲେଭଲାଣ୍ଡ୍ କ୍ଲିନିକ୍ ଲର୍ନର୍ର କାର୍ଡିଓଭସ୍କୁଲାର୍ ଆଣ୍ଡ୍ ମେଟାବୋଲିକ୍ ସାଇନ୍ସ ବିଭାଗର ନିର୍ଦ୍ଦେଶକ ତଥା ଅନୁସନ୍ଧାନର ମୁଖ୍ୟ ଲେଖକ ଷ୍ଟାନଲି ହାଜେନ୍ କହିଛନ୍ତି ଯେ, ଏରିଥ୍ରିଟଲ୍ ପରି କୃତ୍ରିମ ମିଠା ଲୋକଙ୍କ ମଧ୍ୟରେ ଅଧିକ ଆଦୃତ ହେଉଛି । ସେଗୁଡିକରର ଦୀର୍ଘମିଆଦି ପ୍ରଭାବ ଉପରେ ଅଧିକ ଗଭୀର ଗବେଷଣାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking