କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ବିବାଦ ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭୁିନେତ୍ରୀ ବର୍ଷା ପ୍ରିୟଦର୍ଶିିନି । ସାମାଜିକ ଗଣମାଧ୍ୟମରେ ତାଙ୍କର ସ୍ୱାମୀ ଅନୁଭବ ବିଭିନ୍ନ କଥା କହି ତାଙ୍କର ସମ୍ମାନ ହାନି କରୁଥିବା ଅଭିଯୋଗ କରି ସେ କୋର୍ଟଙ୍କ ଶରଣରେ ଯାଇଛନ୍ତି । ଉଭୟଙ୍କ ପାରିବାରିକ ମାମଲା ବିଚାରଧିନ ଥିବାରୁ ଏଭଳି ମତ ସାମାଜିକ ଗଣମାଧ୍ୟମରେ ରଖି ଅନୁଭବ ତାଙ୍କର ମତ ରଖୁଛନ୍ତି ଯାହା ଆଇନ୍ ବିରୁଦ୍ଧ । ପରିବାର କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ସାମାଜିକ ଗଣମାଧ୍ୟମରେ ତାଙ୍କର ମତ ରଖୁଛନ୍ତି ଯାହା ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସହ ଜଡ଼ିତ।
ସୂଚନାଯୋଗ୍ୟ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୂର୍ବରୁ ତିନିଟି ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ୍ କରିଥିଲେ। କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପରେ ନିଜର ୟୁଟ୍ୟୁବ୍ ଚାନେଲରେ ‘ଅନ୍ଟୋଲ୍ଡ ଟ୍ରୁଥ୍’ ଶୀର୍ଷକ ଭିଡିଓର ୩ୟ ଭାଗ ସେୟାର କରିଥିଲେ।
ଏଣେ ସାମାଜିକ ଗଣମାଧ୍ୟମରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ଛାଡ଼ି ବିଭିନ୍ନ କଥା କହୁଥିବାବେଳେ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ରହିଛି। ଏପରିସ୍ଥଳେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ତାଙ୍କର ମାନମର୍ଯାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇଛନ୍ତି। ଏହି ମାମଲାରେ ବର୍ଷା କେନ୍ଦ୍ର ସୂଚନା ପ୍ରସାରଣ, ଅନୁଭବ ମହାନ୍ତି ଏବଂ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିଛନ୍ତି।