ବରଗଡ଼: ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି, ରୋଗିଙ୍କୁ ଅକ୍ସୀଜେନ, ବେଡ଼, ଭେଣ୍ଟିଲେଟର ମିଳୁନଥିବା ବେଳେ ସରକାରୀ କୋଭିଡ ହସ୍ପିଟାଲ ରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପରିବର୍ତେ ସରକାରୀ ସଂସ୍ଥା ଇଣ୍ଡିଆନ ଆଏଲ ର ସିଏସଆର ପାଣ୍ଠି ରୁ ୧୧.୫୦ କୋଟି ଟଙ୍କାର ଅନୁଦାନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତବର୍ଷ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲାଗଲା ଏବଂ ବିକାଶ ଗ୍ରୁପ କୁ ଏହାର ଦାଇତ୍ୱ ଦିଆଗଲା କିନ୍ତୁ ଏବର୍ଷ କେଉଁ କାରଣ ରୁ ଏହି ସଂସ୍ଥା ଛାଡି ପଳେଇଲା ପୁଣି କରୋନାର ଦ୍ଵିତୀୟ ଭୟାବହ ଲହରୀ ସମୟରେ, ସେହି ହସ୍ପିଟାଲ କୁ ସରକାରୀ ପାଣ୍ଠି ଦେଇ ୧୦୦ ଭେଣ୍ଟିଲେଟର ୧ ଟଙ୍କା ରେ ଲୋକଙ୍କୁ ସାହାଯ୍ୟ କରୁଥିବା ଆଶ୍ଚର୍ଯ୍ୟ ଲାଗୁଛି ତାହା ପୁଣି ୩ ମାସ ପାଇଁ , ଯେଉଁ ହସ୍ପିଟାଲ ଦିନକୁ ୩୦ ରୁ ୫୦ ହଜାର ଟଙ୍କା ରୋଗୀ ଙ୍କ ଠୁ ନେଵାର ନଜିର ଅଛି ତାକୁ ଏପରି ଅନୁଦାନ ଦେବା ସାଧାରଣ ରେ ଆଶଙ୍କା ସୃଷ୍ଟି କରିଛି । ତେଣୁ ସମସ୍ତ ଭେଣ୍ଟିଲେଟର ବେଡ଼ ର ପାରଦର୍ଶିତା ରଖାଯାଉ , ସିସିଟିଭି ଲଗାଯାଉ ଏବଂ ଚିକିତ୍ସା କୁ ସମ୍ପୂର୍ଣ ମାଗଣା କରାଯାଉ ବୋଲି ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଏକ ଡିଜିଟାଲ ମିଡିଆ ରେ ଜିଲ୍ଳା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ବରଗଡ଼ ର ସାଧାରଣ ଲୋକଙ୍କ ପ୍ରଶ୍ନ କୁ ସରକାର ଙ୍କ ସାମ୍ନା ରେ ରଖିଛନ୍ତି।