30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଏଣିକି ୩୦୦ ପ୍ରକାର ଔଷଧରେ ବାର୍ କୋଡ୍‌!

ଏଣିକି ୩୦୦ ପ୍ରକାର ଔଷଧରେ ବାର୍ କୋଡ୍‌!

ନୂଆଦିଲ୍ଲୀ: ନକଲି ଔଷଧ ପ୍ରସ୍ତୁତି ଓ ବିକ୍ରି ଉପରେ ନିୟନ୍ତ୍ରଣ ଆଣିବାକୁ ଏଣିକି କେନ୍ଦ୍ର ସରକାର ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ତଦନୁଯାୟୀ ପ୍ରାୟ ୩୦୦ ପ୍ରକାର ଔଷଧ ପ୍ୟାକେଟ୍‌ରେ ଏଣିକି ବାର୍ କୋଡ୍ କିମ୍ବା କ୍ୟୁଆର୍ କୋଡ୍‌କୁ ବାଧ୍ୟତାମୂଳକଭାବେ ସ୍ଥାନିତ କରାଯିବ ବୋଲି କୁହାଯାଇଛି । ଏହି ବାର୍ କୋଡ୍ ବ୍ୟବହାର କରି ଗ୍ରାହକ ସଂପୃକ୍ତ ଔଷଧ ଅସଲି କିମ୍ବା ନକଲି, ତାହା ସହଜରେ ଜାଣିପାରିବେ । ଏଥିପାଇଁ ସଂପୃକ୍ତ ଫାର୍ମାସ୍ୟୁଟିକାଲ୍‌ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡିଛି । ଡ୍ରଗ୍‌ସ ଆଣ୍ଡ୍ କସ୍‌ମେଟିକ୍‌ସ ନିୟମ, ୧୯୪୫ରେ ଆବଶ୍ୟକ ସଂଶୋଧନ କରାଯିବାରେ ୨୦୨୩ ମେ’ରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ସାମାନ୍ୟ ଥଣ୍ଡା, ଜ୍ୱର, ଝାଡା, କାଶ କିମ୍ବା ଦେହମୁଣ୍ଡ ବିନ୍ଧାବିନ୍ଧି ହେଲେ, ଲୋକେ ସାଧାରଣତଃ ଡାକ୍ତରଙ୍କ ପାଖକୁ ଯିବା ଅପେକ୍ଷା ନିକଟସ୍ଥ ମେଡିକାଲ ଷ୍ଟୋରକୁ ଯାଇ ସଂପୃକ୍ତ ଦୋକାନୀଠୁ ଔଷଧ ଆଣି ଖାଇଥାନ୍ତି ।

ଏଭଳି ବହୁଳ ବ୍ୟବହୃତ ଔଷଧରେ ହିଁ ନକଲି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ନକଲି କାରବାର ରୋକିବାକୁ ନିର୍ଦ୍ଦିଷ୍ଟ ଔଷଧ ପ୍ୟାକେଟ୍ ଉପରେ ବାର୍ କୋଡ୍ ବାଧ୍ୟତାମୂଳକଭାବେ ସ୍ଥାନିତ କରାଯିବ । ଏହାକୁ ସ୍କାନ୍ କରାଗଲେ ଔଷଧର ପ୍ରକୃତ (ଜେନେରିକ୍ ନାମ), ଆଇଡେଣ୍ଟିଫିକେସନ କୋଡ୍‌, ନିର୍ମାତାଙ୍କ ନାମ ଓ ଠିକଣା, ବ୍ୟାଚ୍ ନମ୍ବର, ପ୍ରସ୍ତୁତି ଓ ଏକ୍ସପାୟରି ତାରିଖ ଏବଂ ଲାଇସେନ୍ସ ନମ୍ବର ଜଣାପଡିବ ।୨୦୨୩ ଡିସେମ୍ବର ସୁଦ୍ଧା ମାର୍କେଟରେ ଉପଲବ୍ଧ ମୋଟ ଔଷଧର ୩୫ ପ୍ରତିଶତ ଔଷଧକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଏଭଳି ଔଷଧ ମଧ୍ୟରେ ଆଲେଗ୍ରା, ଆମ୍‌ଲୋକାଇଣ୍ଡ୍‌, ଆଜିଥ୍ରଲ, ବେଟାଡିନ୍‌, କାଲ୍‌ପଲ୍‌, ସେଫ୍‌ଟମ୍‌, କମ୍ବିଫ୍ଲାମ୍‌, ଡୋଲୋ, ଡ୍ୟୁକୋଫ୍ଲେକ୍ସ, ଇକୋସ୍ପ୍ରିନ୍‌, ଜେଲୁସିଲ, ଜାଲ୍‌ରା, ମ୍ୟାନ୍‌ଫୋର୍ସ, ମେଫ୍‌ଟାଲ ସ୍ପାଜ୍‌, ସେଲ୍‌କଲ୍‌, ହ୍ୟୁମାନ୍ ମିକ୍ସଟ୍ରାଡ୍‌, ପ୍ୟାନ୍‌-୪୦, ଓଟ୍ରିଭିନ୍‌, ପାଣ୍ଟୋସିଡ୍‌, ରାନ୍‌ଟାକ୍‌, ଷ୍ଟାମ୍‌ଲୋ ଭଳି ଔଷଧ ଅନ୍ତର୍ଭୁକ୍ତ । ଔଷଧ ପ୍ୟାକେଟ୍‌ରେ ବାର୍ କୋଡ୍ ସ୍ଥାନିତ କରିବାକୁ ଡ୍ରଗ୍‌ସ ଟେକ୍ନିକାଲ ଆଡ୍‌ଭାଇଜରି ବୋର୍ଡ କେନ୍ଦ୍ର ସରକାରଙ୍କୁ ୨୦୨୧ ନଭେମ୍ବରରେ ସୁପାରିସ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking