27.8 C
Bhubaneswar
Tuesday, July 9, 2024
Homeଦେଶ ବିଦେଶଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ମେଣ୍ଟାଇ ଦିଅନ୍ତୁ ବ୍ୟାଙ୍କ ସହିତ...

ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ମେଣ୍ଟାଇ ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ଥିବା କାମ

ନୂଆଦିଲ୍ଲୀ:ପ୍ରତିମାସ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଥାଏ । ଏହି କ୍ରମରେ ଏବେ ରିଜର୍ଭ ବ୍ୟାଙ୍କ ତରଫରୁ ଏପ୍ରିଲ ମାସରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ ପାଇଛି । ଏପ୍ରିଲ ମାସରେ ଦେଶରେ ଅନେକଗୁଡିଏ ପର୍ବ ରହିଛି । ଏଭଳି ଭାବେ ଏପ୍ରିଲମାସରେ ମୋଟ ୧୫ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ ଥାଏ ତେବେ ତୁରନ୍ତ ମେଣ୍ଟାଇ ନିଅନ୍ତୁ । ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ଏପ୍ରିଲ ମାସରେ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ଗୁଡିକ ମୋଟ ୧୫ ଦିନ ଛୁଟି ରହିବ । ଏବେ ଆସନ୍ତୁ ଜାଣିବା ଏପ୍ରିଲ ମାସର କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ?

ଏପ୍ରିଲ ପହିଲାରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ସେଦିନ ବ୍ୟାଙ୍କ ଖୋଲା ରହିଲେ ବି ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ । ସେହିଭଳି ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୮ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ଏପ୍ରିଲ ୧୪ ତାରିଖରେ ଡ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୫ ତାରିଖରେ ବିଶୁ/ବଙ୍ଗାଳୀ ନବବର୍ଷ/ ବୋହାଗ ବିହୁ ଓ ହିମାଚଳ ଦିବସ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।ଏପ୍ରିଲ ୧୬ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ଶବ-ଏ-କଦ୍ର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ତାରିଖରେ ଇଦ-ଓଲ-ଫିତର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୨ ରେ ରମଜାନ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୩ ଓ ୩୦ ତାରିଖରେ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking