ଭୁବନେଶ୍ୱର : କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟଙ୍କିଙ୍ଗ ସମୟରେ ପରିବର୍ତ୍ତନ କରାଯାଇଛି । ଗ୍ରାହକ ସେବା ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପରିବର୍ତ୍ତେ ଦିନ ୨ ଟାଯାଏଁ କରଯାଇଛି । ପୁର୍ବଭଳି ସକାଳ ୧୦ଟାରୁ ୪ ଟା ଯାଏଁ ଖୋଲା ରହିବ ବ୍ୟାଙ୍କ । ତେବେ ଆସନ୍ତା ୧୫ ତାରିଖ ଯାଏଁ ଲାଗୁ ରହିବ ନୂଆ ସମୟ । ଏହି ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତି ଜିଲ୍ଲାରେ ଏଟିଏମ ରେ ପର୍ଯ୍ୟାପ୍ତ ପରିମାଣ ରେ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଅନୁସାରେ, ଆସନ୍ତା ମେ’ ମାସ ୧ରେ ଶ୍ରମିକ ଦିବସ ,୧୩ରେ ଇଦ, ୧୪ରେ ପରଶୁରାମ ଜୟନ୍ତୀ, ୨୬ରେ ବୁଦ୍ଧପୁର୍ଣ୍ଣମା, ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାସହ ୨,୯,୧୬,୨୩,୩୦ କୁ ରବିବାର ଓ ୮ ଓ ୨୨ ମେ’କୁ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।