33.1 C
Bhubaneswar
Sunday, September 22, 2024
Homeଓଡିଶାବ୍ୟାଙ୍କ ଅଫ୍ ବରୋଦାର ଚଳିତ ଆର୍ଥିକ ବର୍ଷରେ କାର ଋଣ ସୁଧ ହାର ୮.୭୫% କୁ...

ବ୍ୟାଙ୍କ ଅଫ୍ ବରୋଦାର ଚଳିତ ଆର୍ଥିକ ବର୍ଷରେ କାର ଋଣ ସୁଧ ହାର ୮.୭୫% କୁ ହ୍ରାସ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା ଏହାର କାର୍ ଲୋନ୍ ସୁଧ ହାରକୁ ହ୍ରାସ କରି ୮.୭୫% କରିଛି । ଯାହା ପୂର୍ବରୁ ବାର୍ଷିକ ୯.୪୦% ରହିଥିଲା । ଫ୍ଲୋଟିଂ ରେଟ୍ ସୁଧ ହାରରେ ବରୋଦା କାର୍ ଲୋନ୍ ଉପରେ ଏହା ଏକ ସ୍ୱତନ୍ତ୍ର ସୀମିତ ଅବଧି ଅଫର, ଯାହାକି ଚଳିତବର୍ଷ ଫେବୃୟାରୀ ୨୬ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବୈଧ ରହିଛି । ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ କାର ଋଣ ଉପରେ ଏକ ଆକର୍ଷଣୀୟ ଫିକ୍ସଡ୍ ସୁଧ ହାର ମଧ୍ୟ ପ୍ରଦାନ କରୁଛି ଯାହା ୮.୮୫%ରୁ ଆରମ୍ଭ ହୋଇଛି । ବାର୍ଷିକ ୮.୭୫% ରୁ ଆରମ୍ଭ ହେଉଥିôବା ଏହି ନୂଆ ହାର ନୂତନ କାର କ୍ରୟ ଉପରେ ଲାଗୁ ହେବ ଏବଂ ଏହା ଋଣଧାରୀଙ୍କ କ୍ରେଡିଟ୍ ପ୍ରୋଫାଇଲ୍ ସହ ଲିଙ୍କ ହୋଇଛି । ଏହାବ୍ୟତୀତ ବ୍ୟାଙ୍କ ଋଣଧାରୀଙ୍କୁ ଫ୍ଲୋଟିଂ ସୁଧ ହାର ବିକଳ୍ପ ଉପରେ ଜିରୋ ପ୍ରିପେମେଣ୍ଟ ଚାର୍ଜ ଏବଂ ଉଭୟ ଫିକ୍ସଡ୍ ଏବଂ ଫ୍ଲୋଟିଂ ସୁଧ ହାର ବିକଳ୍ପ ଉପରେ ପ୍ରୋସେସିଂ ଚାର୍ଜରେ ରିହାତି ପ୍ରଦାନ କରାଯିବ ।

ଏହା ବ୍ୟତୀତ ବ୍ୟାଙ୍କ ଅଫ୍ ବରୋଦା କାର୍ ଲୋନ୍ (ଉଭୟ ଫିକ୍ସଡ୍ ଏବଂ ଫ୍ଲୋଟିଂ) ଉପରେ ସୁଧ ଦୈନିକ ହ୍ରାସ ବାଲାନ୍ସ ପଦ୍ଧତିରେ ଗଣନା କରାଯାଏ, ଯାହା ଋଣଧାରୀଙ୍କ ପାଇଁ ଏହାକୁ ଅଧିକ ସୁଲଭ କରିଥାଏ । ବ୍ୟାଙ୍କ ୮୪ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ପରିଶୋଧ ଅବଧି ପ୍ରଦାନ କରିଥାଏ, ଯାହା ଋଣଧାରୀଙ୍କୁ କମ୍ ସମାନ ମାସିକ କିସ୍ତି (ଇଏମଆଇ)ର ନମନୀୟତା ପ୍ରଦାନ କରେ ।  ତେବେ ବ୍ୟାଙ୍କ ଅଫ୍ ବରୋଦାର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ସଞ୍ଜୟ ମୁଦଲିୟାର କହିଛନ୍ତି ଯେ, ଭାରତୀୟ ଅର୍ଥନୀତିରେ ନିରନ୍ତର ଉନ୍ନତି, ଆକାଂକ୍ଷା ବୃଦ୍ଧି ଏବଂ ଗ୍ରାହକଙ୍କ ଆତ୍ମବିଶ୍ୱାସ ଯୋଗୁଁ ଜାନୁୟାରୀ ୨୦୨୪ ରେ ଯାତ୍ରୀବାହୀ ଯାନ ବିକ୍ରି ଶୀର୍ଷରେ ପହଂଚିବା ସହିତ ଆମେ କାର ଲୋନ୍ ଚାହିଦାରେ ବୃଦ୍ଧି ଦେଖିବାକୁ ପାଇଛୁ । ଆବେଦନକାରୀମାନେ ବ୍ୟାଙ୍କର ଡିଜିଟାଲ୍ ଋଣ ପ୍ଲାଟଫର୍ମ- ବରେଦା ଡିଜିଟାଲ୍ କାର ଲୋନ୍ ମାଧ୍ୟମରେ ବ୍ୟାଙ୍କର ୱେବସାଇଟରେ କିମ୍ବା ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଆବେଦନ କରିପାରିବେ ଏବଂ ଏହାର ଲାଭ ଉଠାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking