31.1 C
Bhubaneswar
Friday, October 18, 2024
Homeବିଜିନେସ୍ସୁଧହାର ବଢାଇଲା ବ୍ୟାଙ୍କ୍ ଅଫ୍ ବରୋଦା

ସୁଧହାର ବଢାଇଲା ବ୍ୟାଙ୍କ୍ ଅଫ୍ ବରୋଦା

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଡୋମେଷ୍ଟିକ୍ ରିଟେଲ ଟର୍ମ ଡିପୋଜିଟ୍ ଉପରେ ସୁଧହାରକୁ ୨୫ ବିପିଏସ୍ ବୃଦ୍ଧି କରାଯାଇଛି । ଚଳିତମାସ ୧୭ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ୨ କୋଟି ଟଙ୍କାରୁ କମ ପରିମାଣର ଜମାରାଶି ଉପରେ ଏହା ଉପଲବ୍ଧ ହେବ ବୋଲି ଜଣାପଡିଛି । ଏନ୍‌ଆରଓ (ନନ୍ ରେସିଡେଣ୍ଟ ଅର୍ଡିନାରୀ) ଏବଂ ଏନ୍‌ଆଇ (ନନ୍ ରେସିଡେଣ୍ଟ ଏକ୍ସଟରନାଲ) ଟର୍ମ ଡିପୋଜିଟ୍ ପାଇଁ ମଧ୍ୟ ବର୍ଦ୍ଧିତ ସୁଧହାର ପ୍ରଯୁଜ୍ୟ ହେବ । ସୂଚନାଯୋଗ୍ୟ ଜଣେ ପ୍ରବାସୀ ଭାରତୀୟ ଭାରତରେ ଯେଉଁ ଆୟ କରିଥାନ୍ତି, ସେଗୁଡିକର ପରିଚାଳନା ପାଇଁ ଏନ୍‌ଆରଓ ଆକାଉଣ୍ଟ ଖୋଲିଥାନ୍ତି । ଘରଭଡା, ପେନ୍‌ସନ୍ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଆସୁଥିବା ଏହି ଆୟ ଟିକସଭୁକ୍ତ ହୋଇଥାଏ ।

ଅପରପକ୍ଷରେ ଜଣେ ପ୍ରବାସୀ ଭାରତୀୟ ବିଦେଶରୁ ପଠାଇଥିବା ଅର୍ଥକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରାଯାଇ ଭାରତୀୟ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ କରାଯାଇଥାଏ, ତାହାକୁ ଏନ୍‌ଆର୍‌ଇ ଆକାଉଣ୍ଟ କୁହାଯାଇଥାଏ । ଏହି ବର୍ଗରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ ଡିପୋଜିଟ୍ ଉପରେ ୬.୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୭.୧୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମ ଡିପୋଜିଟ୍ ଉପରେ ୬.୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୭.୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking