19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ ! ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ ! ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ବ୍ୟାଙ୍କ ସେବା ଜାରି ରହିଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ବ୍ୟାଙ୍କ ସେବା ଜାରି ରଖିବାକୁ ନିଷ୍ପତି ନେଇଛନ୍ତି । ହେଲେ ଏପ୍ରିଲ ମାସରେ ବ୍ୟାଙ୍କ ଆକାଉଂଟଧାରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଚଳିତ ମାସରେ ୧୪ଟି ଛୁଟି ପଡୁଥିବାରୁ ସମସ୍ୟା ଉପୁଜିପାରେ । ସେଥିପାଇଁ ଗ୍ରାହକ ମାନେ ନିଜର ଅତି ଜରୁରୀ କାର୍ଯ୍ୟ ସାରିଦେବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏପ୍ରିଲରେ କେଉଁ ଦିନ କେଉଁ ଛୁଟି ରହିବ ? ଏପ୍ରିଲ ୧: ସବୁ ରାଜ୍ୟ-ବାର୍ଷିକ କ୍ଲୋଜିଂଗ । ଏପ୍ରିଲ ୨:ଗୁଜୁରାଟ, ଓଡିଶା, ତେଲେଙ୍ଗାନା ସମେତ ୭ଟି ରାଜ୍ୟ-ରାମ ନବମୀ । ଏପ୍ରିଲ ୫: ସବୁ ରାଜ୍ୟ-ରବିବାର । ଏପ୍ରିଲ ୬: ଉତ୍ତରପ୍ରଦେଶ, ଗୁଜୁରାଟ, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ-ମହାବୀର ଜୟନ୍ତୀ । ଏପ୍ରିଲ ୧୦: ନୂଆଦିଲ୍ଲୀ,ବିହାର, ପଞ୍ଜାବ, ଓଡିଶା, ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ-ଗୁଡ଼ ଫ୍ରାଇଡେ । ଏପ୍ରିଲ ୧୧: ସବୁ ରାଜ୍ୟ-ଦ୍ଵିତୀୟ ଶନିବାର । ଏପ୍ରିଲ ୧୨: ସବୁ ରାଜ୍ୟ-ରବିବାର । ଏପ୍ରିଲ ୧୩: ତ୍ରିପୁରା, ଆସାମ, ମଣିପୁର, ଜାମ୍ମୁ-ବୋହାଗ ବିହୁ । ଏପ୍ରିଲ ୧୪: ଉତ୍ତରପ୍ରଦେଶ, ଓଡିଶା ସମେତ ୯ଟି ରାଜ୍ୟ-ବାବା ଆମ୍ୱେଦକର ସାହେବ ଜୟନ୍ତୀ । ଏପ୍ରିଲ ୧୫: ଆସାମ, ହିମାଚଳ ପ୍ରଦେଶ-ବିହୁ, ହିମାଚଳ ଦିବସ ।
ଏପ୍ରିଲ ୧୯: ସବୁ ରାଜ୍ୟ-ରବିବାର । ଏପ୍ରିଲ ୨୦: ତ୍ରିପୁରା-ଗାରିଆ ପୂଜା । ଏପ୍ରିଲ ୨୫: ସବୁ ରାଜ୍ୟ-ଚତୁର୍ଥ ଶନିବାର । ଏପ୍ରିଲ ୨୬: ସବୁ ରାଜ୍ୟ-ରବିବାର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking