32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶସ୍ପଷ୍ଟ କଲା ବାଂଲାଦେଶ ସେନା; ୮ରେ ଶପଥ ନେବେ ନୂଆ ରାଷ୍ଟ୍ରମୁଖ୍ୟ

ସ୍ପଷ୍ଟ କଲା ବାଂଲାଦେଶ ସେନା; ୮ରେ ଶପଥ ନେବେ ନୂଆ ରାଷ୍ଟ୍ରମୁଖ୍ୟ

ଢ଼ାକା: ବାଂଲାଦେଶରେ ନୂଆ ତଥା ଆଭ୍ୟନ୍ତରୀଣ ସରକାର ଗଠନ ପାଇଁ ବୁଧବାର ଠାରୁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନୋବେଲ ବିଜେତା ୮୪ ବର୍ଷୀୟ ମହମ୍ମଦ ୟୁନୁସ ଦେଶର ନୂଆ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ବାଂଲାଦେଶ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା କହିଛି ଯେ, ଆସନ୍ତା ୮ ତାରିଖରେ ମହମ୍ମଦ ୟୁନୁସ୍ ଦେଶର ପରବର୍ତ୍ତୀ ତଥା ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ଏଥିସହ ତାଙ୍କୁ ସରକାର ଗଠନ କରିବା ପାଇଁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ଏବେ ଦେଶର ସମସ୍ତ ରାଜନୈତିକ ଦଳଙ୍କୁ ତାଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରାଯାଇଥିବା ବେଳେ ଏନେଇ ସମସ୍ତ ଦଳ ସହମତି ପ୍ରକାଶ କରିଥିବା ସେନା ଦର୍ଶାଇଛି।
ବାଂଲାଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲୋକଙ୍କ ପାଇଁ ନିଯୁକ୍ତି ଗତ ସଂରକ୍ଷଣ ହାର ଅଧିକ ରହିବାକୁ ନେଇ ସୃଷ୍ଟି ହୋଇଥିବା ହିଂସାତ୍ମକ ଆନ୍ଦୋଳନ ବ୍ୟାପକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ବାଧ୍ୟହୋଇ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। କେବଳ ଇସ୍ତଫା ଦେଇନାହାନ୍ତି ବରଂ ସେ ଦେଶ ଛାଡି ଭାରତ ଚାଲିଆସିଛନ୍ତି। ଦେଶରେ ଏବେ ଗୋଟିଏ ପଟେ ଅରାଜକତା, ହିଂସାକାଣ୍ଡ ବ୍ୟାପକ ରୂପ ଧାରଣ ପୂର୍ବକ ଶହ ଶହ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଦେଶରେ ଆଭ୍ୟନ୍ତରୀଣ ସରକାର ଗଠନ ହେବାକୁ ଯାଉଛି। ଜଣେ ନୋବେଲ୍ ବିଜେତା ଭାବେ ମହମ୍ମଦ ୟୁନୁସ୍‌ଙ୍କ ପ୍ରତି ବାଂଲାଦେଶବାସୀଙ୍କର ଯଥେଷ୍ଟ ସମ୍ମାନ ରହିଥିବା ବେଳେ ସରକାର ବିରୋଧୀ ଛାତ୍ରସଂଗଠନଗୁଡ଼ିକ ମଧ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ନେଇ ଦାବି କରିଥିଲେ। ଶେଷରେ ବାଂଲାଦେଶ ସେନା ଛାତ୍ରସଂଗଠନ ଦାବି ରକ୍ଷା ପୂର୍ବକ ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ଘୋଷଣା କରିଛନ୍ତି। ମୋଟାମୋଟି ସେନା ସମର୍ଥନରେ ୟୁନୁସ ଏବେ ବାଂଲାଦେଶର ଭାଗ୍ୟଡୋର ସମ୍ଭାଳିବାକୁ ଯାଉଛନ୍ତି।
ପ୍ରକାଶ ଗତକାଲି ମହମ୍ମଦ ୟୁନୁସ୍‌ଙ୍କୁ ବାଂଲାଦେଶ ରାଷ୍ଟ୍ରପତି ଦେଶର ଆଭ୍ୟନ୍ତରୀଣ ସରକାର ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ସେନା ପକ୍ଷରୁ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯିବା ନେଇ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking