ମାଲକାନଗିରି : ଆଦିମ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ସଦା ସର୍ବଦା ତତ୍ପର ଥିବା ବେଳେ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରୁଛନ୍ତି । ଏହାର ଆଉ ଏହାର ସୁଫଳ ଦେଖିବାକୁ ମିଳିଛି, ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ । ନିଜର ପରମ୍ପରା ଓ ବେଶ ପୋଷାକକୁ ନେଇ ଏମାନେ ବେଶ ପରିଚିତ ଥିବାବେଳେ ସେମାନଙ୍କ ସମସ୍ୟା ଗୁଡିକୁ ସଦାବେଳେ ଚର୍ଚ୍ଚାରେ ରହି ଆସିଥିଲା । କିନ୍ତୁ ମାଲକାନଗିରି ଜିଲ୍ଲାରେ ସରକାରୀ କଳର ପ୍ରୟାସ ଯୋଗୁଁ ବଣ୍ଡାଘାଟି ଦେଖୁଛି ବିକାଶ । ପ୍ରାୟ ୫୦୦୦ ଫୁଟ ଉଚ୍ଚରେ ପ୍ରକୃତିର କୋଳରେ ରହୁଥିବା ଆଦିମ ଜନଜାତି ବର୍ତମାନ ବିକାଶ ମୁହାଁ ।
ବର୍ଷ ବର୍ଷ ଧରି ବଣ୍ଡା ଜନଜାତିର ଲୋକେ ସରକାରୀ ସୁବିଧାରୁ ବଂଚିତ ହୋଇ ଆସୁଥିଲେ । କିନ୍ତୁ ବର୍ତମାନ ଜିଲ୍ଲା ପ୍ରଶାସନର ନ୍ନ୍୍ର ଦୃଷ୍ଟି ଯୋଗୁଁ ବଣ୍ଡା ଜନଜାତିର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହୋଇଛନ୍ତି । ଏହି ଅଂଚଳରେ ଦୀର୍ଘ ଦିନରୁ ଅନେକ ସମସ୍ୟା ଲାଗି ରହିଥିବା ବେଳେ ବର୍ତମାନ ସରକାରୀ କଳର ପ୍ରୟାସ ଯୋଗୁଁ ବଣ୍ଡାଘାଟିର ବିଭିନ୍ନ ଗ୍ରାମକୁ ପକ୍କା ସଡକ ସଂଯୋଗ ହେବା ସହ ଏଠାକାର ଲୋକେ ସ୍ୱାଭିମାନି ହୋଇ ବଂଚୁଥିବା ଦେଖାଯାଇଛି । ଯେଉଁ ଲୋକେ ଦିନେ ବେରୋଜଗାରି , ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ଭଳି ମୌଳିକ ଅଧିକାରରୁ ବଂଚିତ ଥିଲେ, ସେମାନେ ଆଜି ଅନେକ ସରକାରୀ ସୁବିଧା ପାଇବା ସହ ରୋଜଗାରକ୍ଷମ ହୋଇ ପରିଛନ୍ତି । ସରକାରୀ ଯୋଜନା ମାଧ୍ୟମରେ ଏମାନଙ୍କୁ ବର୍ତମାନ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମାଧ୍ୟମରେ ନିଯୁକ୍ତି ସୁଯ୍ଧେଜ୍ଞ ସୃଷ୍ଟି କରାଯାଇଛି । ଫଳରେ ବିକାଶ ଧାରାରେ ଏମାନେ ଆଉ ପାଦେ ଆଗକୁ ବଢିଛନ୍ତି । ଆଉ ସମୟ ସହ ଏହି ଆଦିମ ଜନଜାତି ବର୍ତମାନ ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି । ଆଉ ଏହା କେବଳ ଜିଲ୍ଲା ପ୍ରଶାସନର ଦୂରଦୃ୍େଟି ଓ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇ ପାରିଛି । ଯେଉଁ ଅଂଚଳରେ ଦିନେ ରାସ୍ତା, ବିଜୁଳି , ପାନୀୟ ଜଳ ଭଳି ସମସ୍ୟା ଥିଲା , ସେଠାରେ ଏହି ସମସ୍ତ ସୁବିଧା ପହଂଚିପାରିଛି ବୋଲି ମୁଦୁଲିପଡା ଗ୍ରାମର ସୁରେନ୍ଦ୍ର ଶିଶା , ରାମଚନ୍ଦ୍ର ଧାଙ୍ଗାଡ଼ାମାଝି , ଧନ ଶିଶା ପ୍ରମୁଖ ପ୍ରକାଶ କରିଛନ୍ତି । ଏହି ଅଂଚଳରେ ମୋଟ ୭୦୯୮ ଜଣ ବଣ୍ଡା ଲୋକେ ବସବାସ କରୁଥିବା ବେଳେ ଏମାନଙ୍କ ଉନ୍ନତି ଓ ଚାଲିଚଳଣିରେ ଉନ୍ନତି ଆଣିବା ନିମନ୍ତେ ବଣ୍ଡା ଉନ୍ନୟନ ପ୍ରକଳ୍ପ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବଣ୍ଡାଘାଟିର ଜଳବାୟୁ ମକା ,ହଳଦି , ମାଣ୍ଡିଆ ଆଦି ପାଇଁ ଉପଯୁକ୍ତ ଥିôବା ହେତୁ ଅଂଚଳରେ ଲୋକଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ ବିନା ମୂଲ୍ୟରେ ବିଭିନ୍ନ ବିହନ ସାର , ଚାରା ଯୋଗାଇ ଦିଆଯାଇଥିବା ବେଳେ ଅଂଚଳର ବେକାର ଯୁବକ ମାନେ ଚାଷ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି । ସେହିପରି ଅଂଚଳର ଅନେକ ଲୋକଙ୍କୁ ରୋଜଗାର କ୍ଷମ ପାଇଁ ୮ ଲକ୍ଷ ଟଙ୍କା ବଜେଟ୍ର ଇଟା ତିଆରି ମେସିନ୍ , ୪ ଟି ପେପର ପ୍ଲେଟ୍ ନିର୍ମାଣ ମେସିନ , ୩୫ ଟି ଅଟାକଳ ପ୍ରଦାନ କରାଯାଇଥିଲା । ଅଂଚଳରେ ଉନ୍ନୟନ ମୂଳକ କାମ କରିବା ସହ ଅପହଚଂଚ ଗ୍ରାମରେ ବିକାଶ ପହଁଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ସହ ମାଓବାଦୀଙ୍କ ଗତିବିଧି ଉପରେ ରୋକ ଲଗାଇବା ଓ ମାଓ ଗଡ଼କୁ ଧ୍ୱଂସ କରିବା ପାଇଁ ବଣ୍ଡା ଘାଟିର ଅଣ୍ଡ୍ରାହଲ ଓ ମୁଦୁଲିପଡାରେ ଗୋଟିଏ ଗୋଟିଏ ବି.ଏସ.ଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଫଳରେ ଅଂଚଳର ଲୋକଙ୍କ ମଧ୍ୟରେ ଆଗ ଭଳି ଆଉ ମାଓ ଭୟ ମଧ୍ୟ ନାହିଁ । ଅନ୍ୟ ପଟେ ମାଲକାନଗିରିର ନୂତନ ଜିଲ୍ଲାପାଳ ବିଶାଲ ସିଂ ମଧ୍ୟ ଚଳିତ ମାସ ବଣ୍ଡା ଘାଟି ଗ୍ରସ୍ତ କରି ସେଠାରେ ଜାରି ରହିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସଂପୃକ୍ତ ଅଂଚଳରେ ସରକାରୀ ବସ ସେବା ଆରମ୍ଭ କରିବା ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରିଛନ୍ତି ।