ବଲାଙ୍ଗୀର ,- ସାରା ଦେଶରେ କରୋନା ତାଣ୍ଡବ ରଚିଛି । ମୁଖ୍ୟତଃ ଗରିବ ଓ ମଧ୍ୟବିତ୍ତ ଏହି ମହାମରିରେ ଆର୍ଥିକ ରୂପେ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ପ୍ରବାସୀ ମନଙ୍କ ଜୀବନ ଏବେବି ଦୋଛକିରେ । ଅନେକ ପ୍ରବାସୀ ଆଜି ବି ନିଜ ଭିଟାମାଟି କୁ ଫେରି ନ ପରିଥିବା ସ୍ଥଳେ ତାଙ୍କର ଜୀବନ ଜୀବିକା ଉଜୁଡ଼ି ଯାଇଛି । ସେଭଳି ପ୍ରାୟ ୮ ଗୋଟି ପରିବାର ଗାଁ ସହର ବୁଲି ବିଭିନ୍ନ ସ୍ଥାନ ରେ ଯାଦୁ ଦେଖାଇ ପେଟ ପୋଶୁଥୁବା ବେଳେ ପରିବାର ୩୫ ଜଣ ଲକ ଡାଉନ ଯୋଗୁଁ ସ୍ଥାନୀୟ ପୁଇଁତଳା ବ୍ଲକ ପାଖରେ ଫସି ରହିଛନ୍ତି । ଲକ ଡାଉନ ରେ ସେମାନେ ନିଜର ଜୀବିକା ହରାଇଥିବା ବେଳେ ଦାନା ପାଣି ଅଭାବରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି । ଏହି ଖବର ମିଳିବା ପରେ ବଲାଙ୍ଗିର ର ଅଗ୍ରଣୀ
ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ କାଲି , ଏହି ଯାଦୁ ଖେଳାଳି ଓ ପରିବାର ବର୍ଗଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଖବର ପାଇବା ପରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ମାନେ ତୁରନ୍ତ , ଏହି ଅସହାୟ ପ୍ରବାସୀଙ୍କ ପାଇଁ ରାସନ ସାମଗ୍ରୀ ଯଥା ଚାଉଳ, ଡାଲି, ତେଲ, ଲୁଣ, ଚୁଡା ପନିପରିବା ସହ ଛୋଟ ଛୋଟ ଛୁଆଙ୍କ ପାଇଁ ଶୁଖିଲା ଖାଦ୍ୟ ସଂଗ୍ରହ କରି ବଣ୍ଟନ କରଇଥିବା ଖବର ରହିଛି । ଅସହାୟ ପ୍ରବାସୀଙ୍କୁ ଖାଇବା ଯୋଗାଇଦେବା ବେଳେ ବିଙ୍ଗ ହ୍ୟୁମାନ ର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକ ପଟେଲ, ବ୍ରଜଗୋପାଳ ସିଂ, ତାପସ ମହାନ୍ତି, ପ୍ରିତମ ବରlଡ଼, ରିକି ରାଉତ, ଵାପିନା ମହାରଣା, ସୁନୀଲ ଅଗ୍ରୱାଲ, ଶୁଭମ ମହାନ୍ତି ଆଦି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ତେବେ ଏଭଳି ସମୟରେ ସଂଗଠନ ଓ ସଦସ୍ୟ ମାନେ ସହର ତଥା ଆଖ ପାଖ ଅଞ୍ଚଳରେ ନଜର ରଖିଛନ୍ତି, ଆବଶ୍ୟକ ସ୍ଥଳରେ ତୁରନ୍ତ ପହଂଚି ଲୋକଙ୍କୁ ସହଯୋଗ ଯୋଗାଇଦେଵ ବୋଲି ସଂଗଠନ ତରଫରୁ କୁହାଯାଇଛି ।