ବଲାଙ୍ଗୀର,- କରୋନା ସାରା ଦେଶରେ ତାଣ୍ଡବ ରଚିଛି । କରୋନାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ଲକ ଡାଉନ ଫଳରେ ଲୋକେ ଉଭୟ ଅର୍ଥ ଉପାର୍ଜନ ଓ ଅତ୍ୟାବଶକିୟ ସାମଗ୍ରି ରୁ ବଞ୍ଚିତ ରହିଛନ୍ତି । ସରକାର ଏହାକୁ ନଜର ରେ ରଖି କିଛି ଅଞ୍ଚଳରେ ଲକଡାଉନକୁ କୋହଳ କରିବା ସଂଗେସଂଗେ ଶ୍ରମିକ ବର୍ଗଙ୍କୁ କିଛି ନିର୍ଦ୍ଦିଷ୍ଟ କାମ କରିବା ପାଇଁ ।ନୁମତି ଦେଇଛନ୍ତି । ଯାହା ଉଭୟ ସାମଗ୍ରି ଆପୁର୍ତ୍ତି ଓ ଅଞ୍ଚଳର ଅର୍ଥନିତି ସୁଧାରିବ ବୋଲି ବିଶ୍ୱସ କରାଯାଉଛି । ତେବେ ଏଭଳି ଘଡି ସନ୍ଧି ସମୟରେ ଏହି ଶ୍ରମିକଗଣଙ୍କ ସ୍ୱଚ୍ଛତା, ସ୍ୱାସ୍ଥ୍ୟବାନ ଓ ସୁରକ୍ଷୀତ ରହିବା ଖୁବ ଗୁରୁତ୍ୱପୁର୍ଣ । ଏମାନେ ସଂକ୍ରମିତ ହେଲେ ସମସ୍ତ ସରକାରୀ ଯୋଜନା ଫେଲ ମାରିବା ଆସଙ୍କା କାରାଯାଉଛି । ଏପଟେ ଗରିବ ଶ୍ରମିକମାନେ ଏଭଳି ସମୟରେ ଦି ଓଳି ଖାଇବାକୁ ଯୁଟାଇବା କଷ୍ଟ ହେଉଥିବା ବେଳେ ମାସ୍କ ଓ ସେନିଟାଇଜର ର ଖର୍ଚ୍ଚ କିପରି ବୋହିବେ ବୋଲି କହୁଛନ୍ତି ।
ଯାହାକୁ ନଜର ଅନ୍ଦାଜ କରିବା ସାରା ସହର ପାଇଁ ବିପଦ ଆଣି ଦେବା ଥୟ । ତେବେ ଏହି ମର୍ମର ଗୁରୁତ୍ୱ କୁ ହୃଦୟଙ୍ଗମ କରି ବଲାଙ୍ଗିର ର ଅନ୍ୟତମ ଲୋକପ୍ରିୟ ସାମାଜିକ ଅନୁଷ୍ଟାନ ମାହେଶ୍ୱରୀ ଗୃପ ସ୍ତାନିୟ ଡେଲି ମାର୍କେଟ ପାଖ ସମସ୍ତ ମାଲ ଗୋଦାମରେ ମାଲ ବୋହୁଥିବା ୫୦ରୁ ଓର୍ଦ୍ଧ୍ୱ ଶ୍ରମିକବୃନ୍ଦଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରିବା ସହ ମାସ୍କ ଓ ସ୍ୱଚ୍ଛତା କିଟ ପ୍ରଦାନ କରିଥିଲେ । ତା ସହ ସହର ଭିତରେ ମାଲ ପରିବହନରେ ସେମାନେ ମୁଖ୍ୟ ଭୁମିକା ନିର୍ବାହ କରୁଥିବା ବେଳେ ସେମନେ ନିଜେ ସ୍ୱଚ୍ଛ ଓ ସୁରକ୍ଷିତ ରହିଲେ କିପରି ସାରା ସହର ନିଜର ଚାହିଦା ମେଣ୍ଟାଇବା ସହ ସୁରକ୍ଷିତ ରହି ପାରିବ ବୋଲି ଶ୍ମିକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରି ସଂଗଠନ ପକ୍ଷରୁ ଅଙ୍କୁଶ କୁମାର ପାଣ୍ଡିଆ, ସୋଭନ କୁମାର ଅଗ୍ରବାଲ,ସଚିଦାନ୍ୃନ୍ଦ ମିଶ୍ର, ତୁଷାର ରଞ୍ଜନ ଦାଶ,ଶିବାନନ୍ଦ ସାହାଣି, ସୋମ୍ୟ ରଞ୍ଜନ ବେହେରା, ବିଷ୍ଣୁପ୍ରିୟା ପାଣି, ଇସିକା ଦାଶ, ସୋନିଆ ବେଜ, ନୁତନ ଦାଶ ସହ ଭାଗ୍ୟଲକ୍ଷ୍ମି ସ୍ୱୟଂ ସହାଇକା ଗୋଷ୍ଟିରୁ ରିତା ସାହୁ ଓ ବିନିତା ନାଗ ଉପସ୍ତିତ ରହିବା ସହ ସମସ୍ତ ସହ ଯୋଗ କରିଥିଲେ । ତେବେ କରୋନା ସଂକ୍ରମଣ ସମୟରେ ମାସ୍କ ଓ ସ୍ୱଚ୍ଛତା କିଟ ପାଇ ଶ୍ରମିକ ମାନେ ଖୁସି ହେବା ସହ ଏହାର ନିଶ୍ଚିତ ବ୍ୟବହାର କରିବେ ବୋଲି କହିଥିଲେ ।