27.1 C
Bhubaneswar
Thursday, April 25, 2024
Homeଓଡିଶାଦ୍ୱିତିୟ ପର୍ଯ୍ୟାୟ ଲକ୍‌ଡାଉନ୍ ଯୋଗୁଁ କୋସଲ ମହାବନ୍ଦ ସ୍ଥଗିତ

ଦ୍ୱିତିୟ ପର୍ଯ୍ୟାୟ ଲକ୍‌ଡାଉନ୍ ଯୋଗୁଁ କୋସଲ ମହାବନ୍ଦ ସ୍ଥଗିତ

ବଲାଙ୍ଗୀର,- ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ ସରକାର ପ୍ରଥମେ ଏପ୍ରିଲ ୧୪ ପଯ୍ୟନ୍ତ ଓ ପରେ ସ୍ଥିତି ଅସମ୍ଭାଳ ହେବାରୁ ଏହାକୁ ପରି ବର୍ଦ୍ଧିତ କରି ମଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ସମସ୍ତ ରାଜନୈତିକ କାଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ସେହି କ୍ରମରେ ସର୍ଦସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କୋସଳ ସମନ୍ୱୟ ସମିତି ପ୍ରଥମେ ଏପ୍ରିଲ ୧ କଳା ଦିବସ ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନଜ ଘରେ କଲା ପତାକା ଉଡାଇ ଏକ ଭିନ୍ନ ଢଙ୍ଗରେ ପାଳନ କରିବା ସହ ନିଜର ଅଭିବ୍ୟକ୍ତି ସାମାଜି ଗଣମାଧ୍ୟମରେ ପ୍ରକାଶ କରିଥୀଲେ । ତେବେ ସରକାର ଲକ୍‌ଡାଉନକୁ୍ ଦ୍ୱିତିୟ ପର୍ଯ୍ୟାୟରେ ମଇ ୩ ପଯ୍ୟନ୍ତ କରିଥିବାରୁ ଏପ୍ରିଲ ୨୯ରେ ହେବାକୁଥିବା କୋସଲ ମହାବନ୍ଦ ବର୍ତ୍ତମାନ ପାଇଁ ସ୍ଥଗିତ କାରାଯାଇଥିବା କୋସଳ ସମନ୍ୱୟ ସମିତି ସୁଚନା ପ୍ରକାଶ କରିଛି ।
ସୁଚନାରୁ ପ୍ରକାଶ ଯେ, ଦେଶରେ ତଥା ବିଶ୍ୱରେ ଏବଏ କରୋନା ସଂକ୍ରମଣର ଆତଙ୍କ ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ସରକାର ଲକଡଉନକୁ ମଇ୩ ପଯ୍ୟନ୍ତ ଘୋଷଣା କରିଛନ୍ତି ।ଏହି ସମୟରେ ସମସ୍ତ ଯାନ ବାହାନ, ସ୍କୁଲ ,କଲେ, ବ୍ୟବସାୟିକ ପ୍ରତିଷ୍ଟାନ ଓ ରାଜନୈତିକ କାଯ୍ୟକ୍ରମ ବନ୍ଦ ରହିଛି । ଏଣୁ ମାନବିକତା ଦୃଷ୍ଟିରୁ ଆଗାମି ଏପ୍ରିଲ ୨୯ରେ ହେବାକୁଥିବା କୋସଲ ମହାବନ୍ଦକୁ ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତି ସମୟରେ ପରିସ୍ଥିତି ସ୍ୱାଭାବିକ ହେଲେ ଏସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସମନ୍ୱୟ ସମିତିର କେନ୍ଦ୍ରିୟ କାର୍ଯ୍ୟକାରି କମିଟି ସ୍ଥିର କରିଛି । ସେହି ପରି ଲକଡାଉନ ଯୋଗୁଁ ଭିଷଣ ଅସୁବିଧାରେ ପଡିଥିବା ଅସହାୟ ଲୋକମାନଙ୍କୁ ସହାୟତା ଦେବା ପାଇଁ କୋସଲ ଆନ୍ଦୋଳନକାରି ସ୍ୱେଚ୍ଛାସେବିମାନେ ସର୍ବତ୍ର କାର୍ଯ୍ୟରତ ଥିବାରୁ ପରିସ୍ଥିତି ସ୍ୱାଭାବିକ ହେଲାପରେ ଆନ୍ଦୋଳନର ରୁପରେଖ ନିର୍ଣ୍ଣୀତ ହେବ ବୋଲି ସଇଗଠନର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୁଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking