ବଲାଙ୍ଗିର,- ଜିଲ୍ଲା ଦାଇତ୍ୱରେ ଥିବା କୋଭିଡ ପର୍ଯ୍ୟବେକ୍ଷକ ସୁଶିଲ କୁମାର ଲୋହାନି ଆଜି ଦ୍ୱିତିୟ ଥର ପାଇଁ ବଲାଙ୍ଗିର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ଓ ବିଭିନ୍ନ ବିଭାଗ ଦ୍ୱାରା ହେଉଥିବା ଶ୍ରମ ଭିତ୍ତିକ କାର୍ଯ୍ୟର କାଯୟକାରିତା ଓ ଅସଂଗତି ବିଷୟରେ ସମିକ୍ଷା କରିଛନ୍ତି । ସ୍ଥାନିୟ ଏଏନଏମ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରବାସି ମାନଙ୍କ ପାଇଁ ଖୋଲାଯାଇଥିବା ଅସ୍ଥାୟି ସ୍ୱସ୍ଥ୍ୟକେନ୍ଦ୍ର ,ସଂଗରୋଧ କେନ୍ଦ୍ର ର ପରିଛାଳନା ତଥା କୋରୋନ କେୟାର ସେନ୍ଟର ଓ କୋଭିଡ ହସପିଟାଲ ର ସ୍ଥିତି ଓ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ ସମିକ୍ଷା କରିବା ସହ ସଂଗରୋଧ କେନ୍ଦ୍ରର ସ୍ୱଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ତା ଛଡା ଜିଲ୍ଲାରେ ଗରିବ ଲୋକମାନଙ୍କୁ ମନରେଗା ଯୋଜନାରେ ସଠିକ ମଜୁରି ରେ ଅଧିକରୁ ଅଧିକ କାମ ଯୋଗଇଦେବା ସହ ଖାଦ୍ୟ ସୁରକ୍ଷା ଯୋଜନା,ଭତ୍ତା,ଗ୍ରାମ୍ୟ ବିଦ୍ୟୁତିକରଣ ଉପରେ ସବିଶେଷ ଆଲୋଚନା କରିଥିବା ସୁଚନା ରହିଛି । ତେବେ ଏହି ବୈଠକରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡିଡିଆରଡିଏ ମାହେଶ୍ୱର ସ୍ୱାଇଁ, ପ୍ରୋବେସନାଲ ଆଇଏ ଏସ ଅଧିକାରି ମନୋଜ ମାହାଜନ, ସିଡିଏମଓ ନାରାୟଣ ଥନାପତି ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରିୟ ଅଧିକାରି ଉପସ୍ଥିତ ଥିଲେ ।