ଯାଜପୁର : ରବିବାର କୋରେଇ ବ୍ଲକ ବନ୍ୟା ପାଇଁ ଖୋଲା ରହିଥିଲା ବନ୍ୟା ପାଇଁ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମରେ କର୍ମଚାରୀ ମାନେ ଡ୍ୟୁଟି କରୁଥିଲେ । ନିଜକୁ ବୋଲାଉ ଥିବା ବରଜରଙ୍ଗ ଦଳର କେତେକ ଯୁବକ ବ୍ଲକ ପରିସରକୁ ପ୍ରବେଶ କରି ରବିବାର କାହିଁକି ବ୍ଲକ ଅଫିସ ଖୋଲା ଯାଇଛି କହି ଉତ୍ୟକ୍ତ ହୋଇ ବିଡିଓ ଙ୍କ ଚାମ୍ବରକୁ ଗୋଇଠା ମାରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି କର୍ମଚାରୀ ମାନଙ୍କୁ ଧକ୍କା ସହ ମାଡ ମାରିବା ନେଇ କୋରେଇ ଥାନରେ ଅଭିଯୋଗ ହୋଇଛି । କୋରେଇ ଥାନ ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳକୁ ଆସି ତଦନ୍ତ କରି ସି ସି କ୍ୟାମେରାକୁ ଆଧାର କରି ବିଭିନ୍ନ ସ୍ଥାନ ଚଢ଼ାଉ କରି ଗଣ୍ଡଗୋଳରେ ସଂପୃକ୍ତ ଥିବା ଦୃବୃତ ମାନଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛନ୍ତି । କୋରେଇ ଥାନା କେଶ ନଂ ୨୬୩/୨୦୨୨ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଯାଜପୁର ରୋଡ କୋର୍ଟକୁ ପଠାଇଛନ୍ତି ।