35.1 C
Bhubaneswar
Sunday, May 19, 2024
Homeଖେଳଆଇପିଏଲ୍‌ରୁ ବାଦ୍ ପଡ଼ିବେ ବେୟାର୍‌ଷ୍ଟୋ!

ଆଇପିଏଲ୍‌ରୁ ବାଦ୍ ପଡ଼ିବେ ବେୟାର୍‌ଷ୍ଟୋ!

ଲଣ୍ଡନ: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଆସନ୍ତା ୩୧ରୁ ଆରମ୍ଭ ହେଉଥିବା ବେଳେ ଏଥିରେ ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାର୍‌ଷ୍ଟୋ ନ ଖେଳିବାର ସମ୍ଭାବନା ରହିଛି । କାରଣ ଗତ ସେପ୍ଟେମ୍ବରରେ ବେୟାର୍‌ଷ୍ଟୋ ଆହତ ହୋଇଥିବା ବେଳେ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ଲାଭ କରିପାରିନାହାନ୍ତି ।

ତେଣୁ ଏକ ମିଡିଆ ରିପୋର୍ଟ ଅନୁସାରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ବେୟାର୍‌ଷ୍ଟୋଙ୍କୁ ଆଇପିଏଲ୍‌-୧୬ ଖେଳିବା ସକାଶେ ଅନୁମତି ଦେଇନାହିଁ । କିନ୍ତୁ ଅନ୍ୟତମ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ଙ୍କୁ ଇସିବି ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ଲିଭିଙ୍ଗଷ୍ଟୋନ୍ ଆହତ ହୋଇଥିଲେ ମଧ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିସାରିଛନ୍ତି । ଏହି ଅଲ୍‌ରାଉଣ୍ଡର୍ ଜଣକ ତାଙ୍କ ଆଣ୍ଠୁ ଓ ଗୋଇଠିରେ ଆଘାତ ପାଇଥିଲେ । ଉଭୟ ଖେଳାଳିଙ୍କୁ ଗତ ଅକ୍ସନ୍‌ରେ ପଞ୍ଜାବ କିଙ୍ଗ୍‌ସ ଖରିଦ୍ କରିଥିଲା ।

ଲିଭିଙ୍ଗଷ୍ଟୋନ୍‌ଙ୍କୁ ଦଳ ସାଢ଼େ ୧୧ କୋଟି ଓ ବେୟାର୍‌ଷ୍ଟୋଙ୍କୁ ୬.୭୫ କୋଟି ଟଙ୍କାରେ ସାମିଲ୍ କରିଥିଲା । ଆଘାତଜନିତ କାରଣରୁ ବେୟାର୍‌ଷ୍ଟୋ ଗତ ଟି-୨୦ ବିଶ୍ୱକପ୍ ସହ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ୍ ଗସ୍ତରେ ଯାଇପାରି ନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking