ପାଟଣାଗଡ: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲବୋମା ବିସ୍ଫୋରଣ ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖରଜ । ଜାମିନ ଆବେଦନ ଖାରଜ ସହ ତ୍ୱରିତ ଶୁଣାଣି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାରେ କେଉଁମାନେ ସାକ୍ଷ୍ୟ ଦେବେ , ତାଲିକା ଦେବାକୁ ନିର୍ଦ୍ଦେଶ ରହିଛି । ତଳ କୋର୍ଟରେ ସାକ୍ଷୀ ତାଲିକା ଦେବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ । ତାଲିକାଭୁକ୍ତ ସାକ୍ଷୀମାନଙ୍କୁ କୋର୍ଟରେ ପହଁଚାଇବାକୁ ଆଇଓଙ୍କୁ ନିର୍ଦ୍ଦେଶ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ରେ ପାଟଣାଗଡ଼ ଅତିରିକ୍ତ ଦୌରା ଜଜଙ୍କ ଅଦାଲତରେ ଜାମିନ ଖାରଜ ହେବା ପରେ ପୁଞ୍ଜିଲାଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲାର ବିବରଣୀରୁ ପ୍ରକାଶ ୨୦୧୮, ଫେବ୍ରୁଆରି ୨୩ ତାରିଖରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ପୋରଣ ଘଟିଥିଲା। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ମାମଲା ରୁଜୁ କରିଥିଲା। ୨୦୧୮ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ମାମଲା ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲେ।