18.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶସତ୍ୟେନ୍ଦ୍ର ଜୈନଙ୍କ ଜାମିନ ପ୍ରସଙ୍ଗ; ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ପ୍ରସଙ୍ଗ; ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଶେଷ ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖାଯାଇଛି । ଉଭୟପକ୍ଷର ଯୁକ୍ତି ଶୁଣିବାପରେ ବିଚାରପତି ଜଷ୍ଟିସ ଦିନେଶ କୁମାର ରାୟକୁ ସଂରକ୍ଷିତ ରଖିଛନ୍ତି । ସତ୍ୟେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତଙ୍କ କ୍ଷେତ୍ରରେ ମନି ଲଣ୍ଡରିଂର ବଳିଷ୍ଠ ପ୍ରମାଣ ରହିଥିବାରୁ ସେମାନଙ୍କୁ ଜାମିନ ଦିଆଯିବା ଅନୁଚିତ ବୋଲି ଇଡି ପକ୍ଷରୁ ମାମଲା ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁ ଯୁକ୍ତି ଦର୍ଶାଇଥିଲେ । ଅପରପକ୍ଷରେ ଦୀର୍ଘ ୫ ବର୍ଷ ପୁରୁଣା ଘଟଣାରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏବଂ ତଦନ୍ତ ପ୍ରକ୍ରିୟାରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଥିବାରୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ସତ୍ୟେନ୍ଦ୍ରଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । ଗତବର୍ଷ ଜୁନ୍‌ରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking