ଭୁବନେଶ୍ୱର : ବାଘୁଣୀ ଜିନ୍ନତର ସ୍ୱାସ୍ଥ୍ୟାବସ୍ଥା ଠିକ ରହିଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଏବେ ଜିନ୍ନତକୁ ଏନକ୍ଲୋଜରରେ ରଖାଯାଇଛି । ପରବର୍ତ୍ତୀ ମୂହୂର୍ତ୍ତରେ ଦକ୍ଷିଣ କିମ୍ବା ଉତ୍ତର ପାଶ୍ୱର୍ରେ କେଉଁଠି ଛଡାଯିବ ସେନେଇ ନିଷ୍ପତ୍ତି ହେବ । ଜିନ୍ନତ ଖାଇବା ସହ ଜଳକ୍ରୀଡା କରୁଥିବା ନେଇ ମନ୍ତ୍ରୀ କହିଛନ୍ତି ।