30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବଢ଼ିଲା ଚିନ୍ତା; ଆମେରିକା ଯଦି ଋଣ ସଙ୍କଟରେ ପଡ଼େ ପୂରା ଦୁନିଆରେ ପଡ଼ିଯିବ ହାହାକାର

ବଢ଼ିଲା ଚିନ୍ତା; ଆମେରିକା ଯଦି ଋଣ ସଙ୍କଟରେ ପଡ଼େ ପୂରା ଦୁନିଆରେ ପଡ଼ିଯିବ ହାହାକାର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଆର୍ôଥକ ମହାଶକ୍ତି ଭାବେ ଜଣାଶୁଣା ଆମେରିକା ପଡ଼ିଛି ଅର୍ଥ ସଙ୍କଟରେ । ଏହା ଉପରେ ଋଣ ପରିଶୋଧ କରିବାର ବିପଦ ଘେରିବାକୁ ବସିଲାଣି । ରାଷ୍ଟ୍ରପତି ଜୋ ବାଇଡେନଙ୍କର କ୍ଷମତାଧାରୀ ଡେମୋକ୍ରେଟିକ୍ ପାର୍ଟି ଓ ବିରୋଧି ରିପବ୍ଲିକାନ ପାର୍ଟି ମଧ୍ୟରେ ଋଣର ଅବଧିକୁ ବୃଦ୍ଧି କରିବାକୁ ନେଇ କୌଣସି ସମାଧାନର ସୂତ୍ର ବାହାରି ପାରୁନି । ଏହି ମଧ୍ୟରେ ବିଶେଷଜ୍ଞ ସତର୍କ କରାଇଛନ୍ତି କି, ଦୁଇ ପାର୍ଟିର ଏହି ରାଜନୀତିକ ଟଣାଓଟରା ଖେଳରେ ଯଦି ଆମେରିକା ଡିଫଲ୍ଟ ହୁଏ ତ ଏହା ପୂରା ଦୁନିଆ ପାଇଁ ବିନାଶକାରୀ ହେବ । ଆମେରିକା ୧୯ ଜୁନ୍‌ରେ ହିଁ ନିଜ ଋଣ ନେବାର ସମୟକୁ ପାରି କରି ଦେଇ ଥିଲା ।

ସେବେ ଠାରୁ ୟୁଏସ ଟ୍ରେଜରୀ ଡିଫଲ୍ଟରୁ ରକ୍ଷା ପାଇବା ପାଇଁ ଅନେକ ପଦକ୍ଷେପ ଉଠାଇଛି , କିନ୍ତୁ କୌଣସି ଫାଇଦା ହୋଇ ନାହିଁ ଏବଂ ଯଦି ଏହି ସ୍ଥିତି ଜାରି ରହେ ତ ଆମେରିକା ନିର୍ଦ୍ଦିଷ୍ଟ ସମୟରେ ଋଣ ନଭରିବା କାରଣରୁ କିଛି ସପ୍ତାହରେ ଡିଫଲ୍ଟ ହୋଇଯିବ । ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଷ୍ଟର୍ନ ସ୍କୁଲ ଅଫ୍ ବିଜନେସରେ ଅର୍ଥଶାସ୍ତ୍ରର ପ୍ରଫେସର ଲରେନ୍ସ ଜେ ହ୍ୱାଇଟ୍ ଅଲଜଜିରା କହିଛନ୍ତି , ଏହାକୁ ନେଇ କେହି କିଛି କହି ପାରିବେ ନାହିଁ , କାରଣ ଏହା ଏକ ରାଜନୀତିକ ବିଷୟ । ସେ କହିଛନ୍ତି, ମୁଁ ଆଶା କରୁଛି କି, କୌଣସି ଏକ ଉପାୟ ବାହାରିବ , ଏଥିରେ ଦୁହିଁଙ୍କୁ ମଧ୍ୟରୁ ଗୋଟିଏ ପକ୍ଷକୁ ନଇଁବାକୁ ପଡ଼ିବ , କିନ୍ତୁ ଯଦି କୌଣସି ପକ୍ଷ ନଇଁବାକୁ ପ୍ରସ୍ତୁତ ହେବେ ନାହିଁ ତ ଏହା ଚିନ୍ତାର ବିଷୟ ପାଲଟି ଯିବ । ଡିଫଲ୍ଟରୁ ରକ୍ଷା ପାଇବା ପାଇଁ ଆମେରିକୀୟ ସଂସଦକୁ ଋଣର ସୀମାକୁ ବଢାଇବାକୁ ହେବ, କିନ୍ତୁ ରିପବ୍ଲିକାନ ପାର୍ଟି ଏଥିପାଇଁ ରାଜି ହେଉ ନାହିଁ ତାଙ୍କର କହିବା ହେଲା କି ଜୋ ବାଇଡେନ ସରକାର ପ୍ରଥମେ ନିଜର ଖର୍ଚ୍ଚକୁ ହ୍ରାସ କରନ୍ତୁ ।

ଏହି କାରଣରୁ ଋଣର ସୀମା ବୃଦ୍ଧିସହ ଜଡ଼ିତ ବିଲ୍ ଆମେରିକା ସଂସଦର ଉପର ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ପାସ୍ ହୋଇ ପାରୁନାହିଁ । ଉପର ସଦନରେ ରିପବ୍ଲିକାନ ପାର୍ଟିର ପାଖରେ ବହୁମତ ଅଛି ଏବଂ ସେ ବିଲ୍କୁ ପାସ୍ ହେବାକୁ ରୋକୁଛନ୍ତି । ମୁଡିଜ୍ ଆନାଲିଟିକ୍ସର ସହାୟକ ନିର୍ଦ୍ଦେଶକ ବର୍ନାର୍ଡ ୟାରୋସଙ୍କ କହିବା ହେଲା କି ଉଭୟ ପାର୍ଟି ମଧ୍ୟରେ ଗତିରୋଧକୁ ନେଇ ଚିନ୍ତା ଡିଫଲ୍ଟ ଡେଟ୍ର ନିକଟତର ହେବାରେ ଆହୁରି ବଢି ଯାଇଛି । ଡିଫଲ୍ଟ ଡେଟ୍ ସେହି ଦିନ ହେବ ଯେବେ ଟ୍ରେଜରୀର ପାସ୍ ବିଲ ଗୁଡ଼ିକର ପେମେଣ୍ଟ ପାଇଁ ଟଙ୍କା ଶେଷ ହୋଇଯିବ । ଅପ୍ରେଲରେ କମ୍ ଟ୍ୟାକ୍ସ କଲେକ୍ସନର କାରଣରୁ ଡିଫଲ୍ଟ ତାରିଖ ଅଗଷ୍ଟ ପରିବର୍ତ୍ତେ ୧ ଜୁନ୍ କୁହାଯାଉଛି । ୟାରୋସଙ୍କ କହିବାନୁସାରେ, ଯଦି ଟ୍ରେଜରୀ ୧୫ ଜୁନ ପର୍ଯ୍ୟନ୍ତ କୌଣସି ପ୍ରକାରରେ ଡିଫଲ୍ଟକୁ ଏଡ଼େଇ ଦିଏ ତ ବିଜନେସ ଓ ଲୋକଙ୍କୁ ମିଳୁଥିବା ଟ୍ୟାକ୍ସ ଓ ନୂଆ ଉପାୟରେ ହାସଲ ୧୫୦ ବିଲିୟନ ଡଲାରରୁ କିଛି ସମୟ ଯାଏ ମୁକ୍ତି ମିଳିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking