ଭୁବନେଶ୍ୱର: ଯେତେବେଳେ ଆପଣ ବାହାରକୁ ଯାଆନ୍ତି, ସବୁବେଳେ ପରଫ୍ୟୁମ କିମ୍ବା ଡିଓ ନିହାତି ଭାବରେ ବ୍ୟବହାର କରୁଥିବେ । କାରଣ ଏହା ବ୍ୟବହାର କରିବା ଦ୍ୱାରା ମନକୁ ଟିକେ ଫ୍ରେଶ ଲାଗେ । ଶରୀରରୁ ଝାଳୁଆ ଦୁର୍ଗନ୍ଧ ନବାହାରିବା ପାଇଁ ସମସ୍ତେ ଡିଓ ଓ ପରଫ୍ୟୁମ ବ୍ୟବହାର କରନ୍ତି । ହେଲେ ଆପଣ ଜାଣିଛନ୍ତି କି ପରଫ୍ୟୁମ ବ୍ୟବହାର ସବୁବେଳେ ଆପଣଙ୍କ ପାଇଁ ହିତକାରକ ହୋଇନଥାଏ । ହେଲେ ସମସ୍ତେ ଏହି କଥା ଜାଣିନଥାନ୍ତି । ତାହେଲ ଚାଲନ୍ତୁ ଜାଣିବା ଏହାଦ୍ୱାରା କଣ କ୍ଷତି ହେବାର ସମ୍ଭାବନା ରହିଥାଏ ।
ପର୍ଫ୍ୟୁମ୍ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ ତ୍ୱଚାରେ ପଡ଼ିଲେ ଜଳାପୋଡ଼ା ହୋଇଥାଏ ।
ଅନେକ ସମୟରେ ଲୋକ ମାନଙ୍କର ଚର୍ମରେ ଅଜବ୍ ପ୍ରକାର ଘା କିମ୍ବା ଦାଗ ଦେଖାଯାଇଥାଏ। ଏହା ମଧ୍ୟ ଆପଣ ବ୍ୟବହାର କରୁଥିବା ପରଫ୍ୟୁମ ପାଇଁ ହୋଇପାରେ।
ଏଥିରେ ଆଲ୍କୋହଲ ମଧ୍ୟ ଥାଏ। ସେହି ଆଲ୍କୋହଲ ତ୍ୱଚାରେ ଅନେକ ପ୍ରକାର ରୋଗ ଆଣିପାରେ।
ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଆମେ ଡିଓ ବା ପରଫ୍ୟୁମ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ଦେହର ପ୍ରକୃତିକ ବାସ୍ନାକୁ ମଧ୍ୟ ପ୍ରଭାବିତ କରିପାରେ।
ଶରୀରର ଏକ ପ୍ରାକୃତିକ ଚମକ ରହିଥାଏ। କିନ୍ତୁ ଆପଣ ଯଦି ଅଧିକା ପରଫ୍ୟୁମ୍ ବ୍ୟବହାର କରୁଥାନ୍ତି। ତାହାଲେ ଏହା ଆପଣଙ୍କ ତ୍ୱଚାର ଏହି ପ୍ରାକୃତିକ ଚମକକୁ ମଧ୍ୟ ନଷ୍ଟ କରିପାରେ।
ଅଧିକ ପର୍ଫ୍ୟୁମ୍ ପକାଇଲେ ଯେ ଏହାର ବାସ୍ନା ଭଲ ଲାଗେ ତା ନୁହେଁ । ବରଂ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ। ଅଧିକ ବାସ୍ନା ନାକ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ।