34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକରୋନା ଭାଇରସ ଭବିଷ୍ୟବାଣୀ କରିଥିବା ବ୍ୟକ୍ତି କହିଲେ ୨୦୨୧ରେ ଆସିବ ଏହି ଫ୍ଲୁ

କରୋନା ଭାଇରସ ଭବିଷ୍ୟବାଣୀ କରିଥିବା ବ୍ୟକ୍ତି କହିଲେ ୨୦୨୧ରେ ଆସିବ ଏହି ଫ୍ଲୁ

ନୂଆଦିଲ୍ଲୀ: ବର୍ଷ ୨୦୨୦ ସମଗ୍ର ବିଶ୍ୱକୁ ନାକେଦମ କରିସାରିଲାଣି । ଲୋକଙ୍କ ଜୀବନପ୍ରଣାଳୀକୁ ସଂପୂର୍ଣ୍ଣ ଭାବରେ ବିଗାଡି ଦେଇଛି ମହାମାରୀ କରୋନା । ଯାହାର କେହି କଳ୍ପନା କରିନଥିଲେ । ଏହି ମହାମାରୀ ଶେଷ ହେବାର ନାଁ ହିଁ ନେଉନାହିଁ । ଆଉ ଏବେ ୨୦୨୦ ବର୍ଷ ଶେଷ ହେବାକୁ ମଧ୍ୟ ବସିଛି । ଅନ୍ୟପଟେ ୨୦୨୧ ବର୍ଷକୁ ନେଇ ସମସ୍ତେ ନିଜ ମନରେ ନୂଆ ଆଶା ଏବଂ ଉତ୍କଣ୍ଠା ମଧ୍ୟ ରଖିଛନ୍ତି । ମହାମାରୀ କରୋନା ସମେତ, କେଉଁଠି ବାତ୍ୟା ବନ୍ୟା, ଅଗ୍ନିକାଣ୍ଡ ଭଳି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସହ ଲୋକମାନେ ଜୀବନ ବଂଚାଇବା ପାଇଁ ସଂଘର୍ଷ କରିସାରିଛନ୍ତି । ହେଲେ ଏକ ତାଜା ଖବର ସାମ୍ନାକୁ ଆସିଛି । ତାହା ହେଲା ୨୦୨୧ ବର୍ଷ ଆରମ୍ଭ ନହେଉଣୁ ନିକୋଲସ ଔଜୁଲା ନାମକ ଜଣେ ମନୋବୈଜ୍ଞାନିକ ୨୦୨୧ରେ କଣ ହେବ ସେ ନେଇ ଭବିଷ୍ୟବାଣୀ କରିସାରିଲେଣି । ହେଲେ ଏଠାରେ ଆମେ କହିରଖୁଛୁ,ଔଜୁଲା ଏହା ପୂର୍ବରୁ ମହାମାରୀ କରୋନାକୁ ନେଇ ଭବିଷ୍ୟବାଣୀ ମଧ୍ୟ କରିସାରିଛନ୍ତି । ତେବେ ଆଗାମୀ ବର୍ଷ ପୁଣି କଣ ସବୁ ଘଟଣାମାନ ଘଟିବ ସେ ନେଇ ସେ ଭବିଷ୍ୟବାଣୀ କରିସାରିଛନ୍ତି ।
୨୦୨୧ ଘଟିବାକୁ ଥିବା ଘଟଣାମାନ ହେଲା:
ଦୁନିଆରେ ବିରୋଧ ପ୍ରଦର୍ଶନ ଜାରି ରହିବ ଏବଂ ଚାରିଆଡେ ଅଶାନ୍ତିର ମାହୋଲ ଜାରି ରହିବ । ତାଙ୍କ କହିବାନୁସାରେ ଏହା ପ୍ରାୟ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ।
ଏହାସହ ସେ ପିଗ୍ ଫ୍ଲୁ ରୋଗ ବିଷୟରେ ବି ସୂଚନା ଦେଇଛନ୍ତି । ଯଦିଓ ଏହା ମାରାତ୍ମକ ହେବନି, ତଥାପି ସମଗ୍ର ବିଶ୍ୱକୁ ଏହା ବ୍ୟାପିବାର ସମ୍ଭାବନା ରହିଛି ।
ତାଙ୍କ ଭବିଷବାଣୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ରେ ଜଣେ ବଡ ନେତାଙ୍କର ହତ୍ୟା ମଧ୍ୟ ହୋଇପାରେ । ହେଲେ କେଉଁ ନେତାଙ୍କର ହତ୍ୟା କରାଯିବ ସେ ନେଇ ସେ ବତାଇନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ୟୁରୋପ, ମଧ୍ୟ ପୂର୍ବ ଓ ଆଫ୍ରିକା ରାଜନୀତିରେ ବୃଦ୍ଧି ପରିଲକ୍ଷିତ ହେବ ।
ଏହାବ୍ୟତୀତ ୨୦୨୧ରେ ଜ୍ୱଳାମୁଖୀ ବିସ୍ଫୋରଣ ସହିତ ଜଳବାୟୁ ପରିବର୍ତ୍ତନ ମଧ୍ୟ ଦେଖାଯିବ । ତେବେ ଏହିସବୁ ଥିଲା ୨୦୨୧ରେ ହେବାକୁ ଥିବା ଭବିଷ୍ୟବାଣୀ । ଏହା ବ୍ୟତୀତ ସେ ପୂର୍ବ ଜନ୍ମରେ କେଉଁ ସବୁ ଘଟଣା ଘଟିଥିଲା, ତାହା ମଧ୍ୟ ଦେଖିପାରନ୍ତି ବୋଲି ଦାବି କରିଛନ୍ତି । ସେ ଆହୁରି କୁହନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ହାରିବେ ବୋଲି ସେ କଳ୍ପନା କରିସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking