18.1 C
Bhubaneswar
Friday, November 22, 2024
Homeଓଡିଶାଚଳନ୍ତା ଟ୍ରେନ୍‌ରେ ଜନ୍ମହେଲା ଶିଶୁପୁତ୍ର : ପ୍ରସବରେ ସାହାଯ୍ୟକଲେ ‘ମେରି ସହେଲି ଟିମ୍‌’

ଚଳନ୍ତା ଟ୍ରେନ୍‌ରେ ଜନ୍ମହେଲା ଶିଶୁପୁତ୍ର : ପ୍ରସବରେ ସାହାଯ୍ୟକଲେ ‘ମେରି ସହେଲି ଟିମ୍‌’

ଭୁବନେଶ୍ୱର: ଚଳନ୍ତା ଟ୍ରେନ୍‌ରେ ଶନିବାର ଜନ୍ମନେଇଛି ଏକ ଶିଶୁପୁତ୍ର । ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନରେ ରହିବା ପରେ ସମ୍ପୃକ୍ତ ନବଜାତ ଶିଶୁ ସମେତ ତାଙ୍କ ମା’ଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ଉଭୟ ଶିଶୁ ଓ ମା’ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଶିଶୁପୁତ୍ରକୁ ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଆୟେଶା ଖାତୁନ୍‌(୨୦) । ସୂଚନା ଅନୁଯାୟୀ, ହାୱଡ଼ା-ଯଶୋବନ୍ତପୁର(୨୨୨୨୪୫) ଟ୍ରେନ୍‌ରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ଶାଶୂ କୋଲକାତାରୁ ଯଶୋବନ୍ତପୁର ଯାତ୍ରା କରୁଥିଲେ ।  ଶନିବାର ଅପରାହ୍ଣରେ ଟ୍ରେନ୍‌ଟି କଟକ ଅତିକ୍ରମ କରୁଥିବାବେଳେ ଆୟେଶା ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଏନେଇ ତାଙ୍କ ଶାଶୂ ରେଳକର୍ମଚାରୀଙ୍କୁ ଅବଗତ କରାଇଥିଲେ । ଏହାପରେ କଟକ ଷ୍ଟେସନ ପକ୍ଷରୁ ଭୁବନେଶ୍ୱର ଷ୍ଟେସନକୁ ପ୍ରସ୍ତୁତ ରହିବାକୁ ଖବର ଦିଆଯାଇଥିଲା । ଖବରପାଇ ଭୁବନେଶ୍ୱର ଷ୍ଟେସନରେ ଆର୍‌ପିଏଫ୍  ମେରି ସହେଲି ଟିମ୍‌, ଜିଆର୍‌ପି ପ୍ରସ୍ତୁତ ଥିଲେ । ଟ୍ରେନ୍‌ଟି ଷ୍ଟେସନରେ ଅପରାହ୍ଣ ୪ଟା ୪୪ମିନିଟ୍‌ରେ ପହଞ୍ଚିବା ମାତ୍ରେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମେରି ସହେଲି ଟିମ୍‌ର ଏଲ୍‌ଏସ୍‌ଆଇ ସଚଳା ପ୍ରଧାନ ମହିଳାଙ୍କୁ ପ୍ରସବରେ ସହଯୋଗ କରିଥିଲେ । ଶିଶୁପୁତ୍ର ଜନ୍ମ ଦେବାର ୧୦ମିନିଟ୍ ପରେ ରେଳବାଇ ଡାକ୍ତର ଆସି ପହଞ୍ଚିଥିଲେ । ଏହାପରେ ସେ ସମ୍ପୃକ୍ତ ଶିଶୁ ଓ ମା’ର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ପରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ମହିଳାଙ୍କ ପ୍ରସବ ଲାଗି ଟ୍ରେନ୍‌ଟି ଷ୍ଟେସନ ଛାଡ଼ିବାରେ ବିଳମ୍ବ ହୋଇଥିଲା । ତେବେ ପ୍ରସବରେ ସାହାଯ୍ୟ କରିଥିବାରୁ ଆର୍‌ପିଏଫ୍‌ର ମେରି ସହେଲି ଟିମ୍‌କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking